ଆଦିବାସୀ ପଡ଼ାରୁ ଆକାଶକୁ ଉଡ଼ାଣ

ଢେଙ୍କାନାଳ ଅଫିସ, ୭।୩(ରତନ ନାୟାର): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବୀରାଶାଳ ଏୟାରଷ୍ଟ୍ରିପ୍‌କୁ ମିଳିଛି ନୂଆ ପରିଚୟ। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ଭାବେ ଏହାର ନାମକରଣ କରାଯାଇଛି। ଏହାକୁ ବିଶ୍ୱସ୍ତରୀୟ ପାଇଲଟ୍‌ ଟ୍ରେନିଂ ସେଣ୍ଟରରେ ପରିଣତ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ସାମଗ୍ରିକ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୭୫ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ବିଜୁବାବୁଙ୍କ ସ୍ମୃତି ସହିତ ଜଡ଼ିତ ବୀରାଶାଳ ଏୟାରଷ୍ଟ୍ରିପ୍‌ ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏହାର ନବକଳେବର ଜିଲାର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀରେ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦିଆଯାଉଛି। ଏହାର ପରିଚାଳନା କରୁଛି ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏଟିଆଇ)। ହେଲେ ହାତଗଣତି ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସୁବିଧା ରହିଥିବାବେଳେ ବହୁ ଆଶାୟୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏହାର କଳେବର ବୃଦ୍ଧି ପରେ ଏଠାରେ ଏକକାଳୀନ ୫୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ। ଏଥିଲାଗି ୧୮୮.୭୭ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ କାର୍ଯ୍ୟକ୍ଷମ ହେଲେ ବୀରାଶାଳ ସାରା ଭାରତବର୍ଷକୁ ଉଚ୍ଚ ପ୍ରଶିକ୍ଷିତ ପାଇଲଟ ଯୋଗାଇବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
୨୦୧୯ରେ ବୀରାଶାଳରେ ଆରମ୍ଭ ହୋଇଥିଲା ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର। ଏବେ ଏଠାରେ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, କର୍ନାଟକ, ଓଡ଼ିଶାର ୩୩ ଜଣ ଛାତ୍ରୀଛାତ୍ର ତାଲିମ ନେଉଛନ୍ତି। ତନ୍ମଧ୍ୟରେ ରହିଛନ୍ତି ୪ ଓଡ଼ିଆ। ଖୁବ୍‌ଶୀଘ୍ର ଆଉ ୪୦ ଜଣଙ୍କ ପ୍ରଶିକ୍ଷଣ ନେବା ବ୍ୟବସ୍ଥା କରାଯିବ। ତେବେ ପ୍ରଶିକ୍ଷାର୍ଥୀଙ୍କ ପାଇଁ ରହିବା ମୁଖ୍ୟ ସମସ୍ୟା ହୋଇଛି। ଆବଶ୍ୟକ ସଂଖ୍ୟକ ବାସଗୃହ ନ ଥିବାରୁ ସେମାନଙ୍କୁ ନିକଟବର୍ତ୍ତୀ ଅଞ୍ଚଳର ଭଡ଼ାଘରେ ରହିବାକୁ ପଡୁଛି। ତେଣୁ ହଷ୍ଟେଲ ନିର୍ମାଣ ହେବା ଯାଏ କାମାକ୍ଷାନଗରସ୍ଥିତ ରେଙ୍ଗାଳି ବାମ କେନାଲ କଲୋନୀ ପରିସରରେ ଖାଲିପଡ଼ିଥିବା କ୍ୱାର୍ଟର୍ସଗୁଡ଼ିକୁ ଏଥିଲାଗି ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଉପସ୍ଥିତିରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାପାଳ ମଧ୍ୟ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।
ଅନୁରୂପ ଭାବେ ୪,୦୦୦ ଫୁଟ ଦୀର୍ଘ ରନ୍‌ଓ୍ବେ ଏବଂ ୮୦ ଫୁଟ ପ୍ରସ୍ଥ ବିଶିଷ୍ଟ ପ୍ରଶିକ୍ଷଣ କେନ୍ଦ୍ରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଟାଓ୍ବାରକୁ ନେଇ ଏବେ ଅଡୁଆ ବଢ଼ିଛି। ଠିକ୍‌ ଭାବେ ତିଆରି କରାଯାଇ ନ ଥିବାରୁ ଏହାକୁ ଭଙ୍ଗାଯିବ। ପ୍ରଶିକ୍ଷାର୍ଥୀଙ୍କ ସୁବିଧା ଅନୁଯାୟୀ ଏହାର ସ୍ଥାନ ପରିବର୍ତ୍ତନ କରି ଆଉ ଥରେ ନିର୍ମାଣ କରାଯିବ। ଏଥିସହ ବିମାନ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଶାଳଗଛଗୁଡ଼ିକୁ କଟାଯିବ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ଲାଗି ସ୍ବତନ୍ତ୍ର ବିଦ୍ୟୁତ୍‌ ଷ୍ଟେଶନ ନିର୍ମାଣ ହେବ। ପାନୀୟ ଜଳ, କ୍ୟାଣ୍ଟିନ୍‌ ସମେତ ଅତ୍ୟାଧୁନିକ ଜିମ୍‌ ବ୍ୟବସ୍ଥା ହେବ। ଏହାର ଭିତ୍ତିଭୂମି ବିକାଶ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ପ୍ରଶିକ୍ଷାର୍ଥୀଙ୍କ ମୁହଁରୁ…

ଉଦ୍ୟମ ସ୍ବାଗତଯୋଗ୍ୟ
ପ୍ରଶିକ୍ଷଣ କେନ୍ଦ୍ରକୁ ଅତ୍ୟାଧୁନିକ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଚାଲିଛି। ବୀରାଶାଳ ହେଉଛି ବିମାନ ଉଡ଼ାଣ ପ୍ରଶିକ୍ଷଣ ପାଇଁ ପ୍ରକୃଷ୍ଟ ସ୍ଥାନ। ଏହାକୁ ଅଧିକ ବିକଶିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଉଦ୍ୟମ ସ୍ବାଗତଯୋଗ୍ୟ।
-ପୃଥ୍ବୀରାଜ ପ୍ରଧାନ

ପ୍ରଶିକ୍ଷଣ ଉଚ୍ଚକୋଟୀର
ପିଲାଟି ଦିନରୁ ପାଇଲଟ ହେବା ଇଚ୍ଛା ଥିଲା। ଏଠାରେ ମାସେ ହେଲା ପ୍ରଶିକ୍ଷଣ ନେଉଛି। ପିଲାମାନଙ୍କ ରହିବା ପାଇଁ ହଷ୍ଟେଲ ଆବଶ୍ୟକ ଅଛି। ଏଠାକାର ପ୍ରଶିକ୍ଷକ ଏବଂ ସେମାନଙ୍କ ପ୍ରଶିକ୍ଷଣ ଅତି ଉଚ୍ଚକୋଟୀର।
-ଅନୀଷା

ଆଦିବାସୀ ପିଲାଙ୍କ କ୍ୟାରିୟର କାଉନ୍‌ସେଲିଂ କରାଯିବ
ବୀରାଶାଳ ଏୟାରଷ୍ଟ୍ରିପ୍‌ର ବିକାଶ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁବାବୁ। ସେ ଚାହୁଁଥିଲେ ଦେଶର ପ୍ରତିଭାବାନ ଯୁବତୀଯୁବକ ଓଡ଼ିଶା ମାଟିରେ ତାଲିମ ନେଇ ଭଲ ପାଇଲଟ ହୁଅନ୍ତୁ। ଦେଶ ପାଇଁ କାମ କରନ୍ତୁ। ଏଠାରେ ୫୦୦ ଛାତ୍ରୀଛାତ୍ରଙ୍କୁ ତାଲିମ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ୨୭୫ କୋଟି ଟଙ୍କା ଦେଇଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଏହି ଅର୍ଥରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବ। ହଷ୍ଟେଲ ନିର୍ମାଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା କରାଯିବ। ଆଦିବାସୀ ଅଞ୍ଚଳର ପ୍ରତିଭାବାନ ଛାତ୍ରୀଛାତ୍ରଙ୍କୁ ବିମାନ ଉଡ଼ାଣ ଶିଖାଇବା ପାଇଁ କ୍ୟାରିୟର କାଉନ୍‌ସେଲିଂ କରାଯିବ। ଏବେ ଯଦି ଆମେ ଦେଶକୁ ୧୦ ପାଇଲଟ୍‌ ଦେଉଛୁ, ଆଗାମୀ ଦିନରେ ଏହି ସଂଖ୍ୟା ନିଶ୍ଚିତ ଭାବେ ୨୦୦ ହେବ।
-ଲ୍ୟୁଟନାଣ୍ଟ କଲୋନେଲ ସୋନାଲି ରଥ, ପ୍ରଶିକ୍ଷଣ କେନ୍ଦ୍ର ଇନଚାର୍ଜ


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri