‘ସ୍ବାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ବଳିଦାନ ଅନନ୍ୟ’

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଡବେରୀ ଗ୍ରାମର ବାଳାପାଙ୍ଗା ଛକଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିର୍ସା ମୁଣ୍ଡା ଯୁବକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, କୁଇ ସମାଜର ବ୍ଲକ ସଭାପତି କରୁଣାକର ପ୍ରଧାନ, ପୂର୍ବତନ ଜିଲାପରିଷଦ ସଦସ୍ୟ ଜୟଚନ୍ଦ୍ର ପଡ୍ରା, ପୂର୍ବତନ ସରପଞ୍ଚ ଲେଙ୍କା ପ୍ରଧାନ, ପୂର୍ବତନ ସମିତିସଭ୍ୟ ନାମନ୍ତି ପ୍ରଧାନ, ସୁଶାନ୍ତ ପ୍ରଧାନ, ଓଡ଼ିଶା ଶ୍ରମଜୀବୀ ମଞ୍ଚର ଆବାହକ ମାନସ ସୌରଭ ବେହେରା, ବିର୍ସା ମୁଣ୍ଡା ଯୁବକ ସଂଘର ସମ୍ପାଦକ ସୁରଥ ପ୍ରଧାନ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବିର୍ସା ମୁଣ୍ଡା ଯୁବକ ସଂଘ, ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଜୟନ୍ତୀ ଅବସରରେ ମଞ୍ଚରେ ଥିବା ଅତିଥି ଏବଂ ମଞ୍ଚ ତଳେ ରହିଥିବା ଅଞ୍ଚଳବାସୀ ବିର୍ସା ମୁଣ୍ଡାଙ୍କୁ ମନେ ପକାଇ କହିଥିଲେ ସ୍ବାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ବଳିଦାନ ଅନନ୍ୟ। କାର୍ଯ୍ୟକ୍ରମକୁ ଯୁବକ ସଂଘର କର୍ମକର୍ତ୍ତାଙ୍କ ସହ ଜୀବିକା ସୁରକ୍ଷା ମଞ୍ଚର ବ୍ଲକ ସଂଯୋଜକ ରାଜୀବ ମଲିକଙ୍କ ସମେତ ବିଳାସିନୀ ନାୟକ, ଜୟାନନ୍ଦ ନାୟକ, ସୁବାସ ଶୋଭାସୁନ୍ଦର, ରିତାରାଣୀ ମଲିକଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share