ରିଷିଡ଼ା,୨୨ା୧୧(ସୁଶାନ୍ତ ମଲ୍ଲିକ)- ଚତୁର୍ଥ ବାର୍ଷିକ ବିର୍ସା ମୁଣ୍ଡା କପ ଫୁଟ୍ବଲ ଟୁର୍ନାମେଣ୍ଟ ୨୦୨୫ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲ ବିର୍ସା ମୁଣ୍ଡା ଖେଳପଡିଆରେ ଶନିବାର ଉଦ୍ଯାପିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।
ଫାଇନାଲ ମ୍ୟାଚରେ ତୁଷୁରା ଦଳ ଟାଇବ୍ରେକର ଜରିଆରେ କରେଲଧୁଆ ଦଳକୁ ପରାଜିତ କରି ଚାମ୍ପିୟନ ହୋଇଛି। ରେଫରୀ ଭାବେ ପିଙ୍କୁ ଚନ୍ଦନ, ଡୋଲାମଣି ବଗର୍ତ୍ତୀ ଓ ମନୋଜ ପୁଟା ଖେଳ ପରିଚାଳନା କରିଥିଲେ। ଉଦ୍ଯାପନୀ ଉତ୍ସବରେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଓ ଜିଲା ପରିଷଦ ସଭ୍ୟ(କ) ମହେନ୍ଦ୍ର ରଣା, ପୌରକେଲା ସରପଞ୍ଚ ଯଶୋସ୍ବିନୀ ଧରୁଆ, ନେହେରୁ ଯୁବକେନ୍ଦ୍ର ସଂଯୋଜକ ସନତ କୁମାର ସାହୁ, ରିଷିଡା ପ୍ୟାକ୍ସ ସଭାପତି ଗୋକୁଳ ମାଝୀ, ରିଷିଡା ପଞ୍ଚାୟତ ସମିତି ସଭ୍ୟ ନିମାଇଁ ଚରଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରି ଟ୍ରଫି ପ୍ରଦାନ କରିଥିଲେ।


