ବଜାରରେ ବିର୍ଲା ଓପସ୍‌ ପେଣ୍ଟସ୍‌

ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବିର୍ଲା ଓପସ୍‌ର ନୂତନ ଉତ୍ପାଦ ‘ବିର୍ଲା ଓପସ୍‌ ପେଣ୍ଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବିର୍ଲା ଓପସ୍‌ ସମସ୍ତ ବର୍ଗରେ ଏକ ବିବିଧ ପୋର୍ଟଫୋଲିଓ ଏବଂ ଇଣ୍ଟେରିୟର, ଏକ୍ସେଟେରିୟର, ୱାଟରପ୍ରୁଫିଙ୍ଗ୍‌, ଏନାମେଲ ପେଣ୍ଟ, ଉଡ୍‌ ଫିନିଶ ଓ ୱାଲ୍‌ପେପର ଭଳି ବର୍ଗଗୁଡ଼ିକରେ ଉତ୍କୃଷ୍ଟମାନର ଉପତ୍ାଦଗୁଡିକର ଏକ ସମ୍ପୂର୍ଣ୍ଣ ରେଞ୍ଜ ପ୍ରଦାନ କରୁଛି। ବିର୍ଲାର ବିରାସତ ଓ ବିଶ୍ୱାସ ସହିତ ଓପସ୍‌ର ସୃଜନଶୀଳତାର ମିଶ୍ରଣ ସହ ବିର୍ଲା ଓପସ୍‌ ପେଣ୍ଟସ୍‌ ଶିଳ୍ପକୁ ପୁନଃ ପରିଭାଷିତ କରିବା ଓ ଉଦ୍ଭାବନକୁ ତ୍ୱରାନ୍ବିତ କରିବା ପାଇଁ ଲକ୍ଷ୍ୟ ରଖିଛି।

ଅପରପକ୍ଷରେ ବିର୍ଲା ଓପସ୍‌ ପେଣ୍ଟସ୍‌ ସହ ଆଦିତ୍ୟ ବିର୍ଲା ଗ୍ରୁପ୍‌ ପ୍ରାୟ ୧୦,୦୦୦କୋଟି ଟଙ୍କାର ନିବେଶ ସହ ପେଣ୍ଟ ଶିଳ୍ପରେ ଏକ ଅପ୍ରତ୍ୟାଶିତ ସ୍ତର ସହିତ ଦ୍ରୁତବେଗରେ ସମ୍ପ୍ରସାରିତ ହେଉଥିବା ଭାରତୀୟ ଡେକୋରେଟିଭ ପେଣ୍ଟ ମାର୍କେଟ୍‌ରେ ପ୍ରବେଶ କରିଛି। ଚଳିତ ମାସରୁ ଆରମ୍ଭ ହେଉଥିବା ବିର୍ଲା ଓପସ୍‌ ପେଣ୍ଟସ ପ୍ରଡକ୍ଟ ରେଞ୍ଜ ବର୍ତ୍ତମାନ ଦେଶବ୍ୟାପୀ ତା’ର ମଜଭୁତ ଡିଲର ନେଟ୍‌ୱର୍କ ମାଧ୍ୟମରେ ଉପଲବ୍ଧ ହେଉଛି। ଏପରିକି ଗ୍ରାହକମାନେ ଭୁବନେଶର ନିକଟସ୍ଥ ଡିଲରରେ ବିର୍ଲା ଓପସ୍‌ ପ୍ରଡକ୍ଟଗୁଡିକର ସମଗ୍ର ରେଞ୍ଜକୁ ପାଇପାରିବେ।

ଏ ସମ୍ପର୍କରେ ବିର୍ଲା ଓପସ୍‌ର ସିଇଓ ରକ୍ଷିତ୍‌ ହର୍‌ଗାଭେ କହିଛନ୍ତି, ବିର୍ଲା ଓପସ୍‌ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଭବିଷ୍ୟତ ପାଇଁ ଏକ ରଣନୈତିକ ଲମ୍ଫକୁ ପ୍ରତିପାଦିତ କରୁଛି, ଯେଉଁଠାରେ ଏହା ପେଣ୍ଟସ ଶିଳ୍ପରେ ଏକ ନୂତନ ଯୁଗରେ ପ୍ରବେଶ କରିବା ପାଇଁ ପ୍ରୟାସ କରୁଛି। ସେହିଭଳି ବ୍ରାଣ୍ଡ୍‌ର ବ୍ୟାପକ ପହଞ୍ଚକୁ ଆଗକୁ ବଢ଼ାଇବା ପାଇଁ ସହରଗୁଡିକରେ ବିତରଣକୁ ଦ୍ରୁତବେଗରେ ପରିଚାଳନା କରାଯିବା ସହ ଆମର ନେଟ୍‌ୱର୍କ ସୁଦୃଢ କରାଯାଉଛି। ଏପରିକି ଆମର ଡିଲର ମିଟ୍‌ ଏବଂ ଏକ୍ସପୋଗୁଡିକରେ ପେଣ୍ଟର, କଣ୍ଟ୍ରାକ୍ଟର, ଆର୍କିଟେକ୍ଟ, ଇଣ୍ଟେରିୟର ଡିଜାଇନରମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଉତ୍ସାହଜନକ ରହିଛି। ସେହିପରି ଆମର ବିସ୍ତୃତ କଣ୍ଟ୍ରାକ୍ଟର ଆଧାର ସହ ଆମେ ଗ୍ରହଣ କରିଥିବା ବିଶାଳ ସାମ୍ପ୍‌ଲିଂ କାର୍ଯ୍ୟ ଚମତ୍କାର ଥିଲା ଏବଂ ସେମାନେ ଦ୍ରୁତବେଗରେ ଏହାକୁ ଗ୍ରହଣ କରୁଛନ୍ତି ଏବଂ ବିର୍ଲା ଓପସ୍‌ ପେଣ୍ଟଗୁଡିକ ସହ ନିଜର ଗ୍ରାହକଙ୍କୁ ଖୁସି କରିବା ପାଇଁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri