Posted inଜାତୀୟ

ବାଚସ୍ପତି ନିର୍ବାଚନ ପୂର୍ବରୁ ଏନଡିଏର ଟେନସନ୍‌ ବଢାଇଲେ ମମତା

ନୂଆଦିଲ୍ଲୀ,୨୬।୬: ବାଚସ୍ପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିରୁ ଇଣ୍ଡିଆ ମେଣ୍ଟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ କେ ସୁରେଶଙ୍କୁ ସମର୍ଥନ କରିବ ବୋଲି ଟିଏମସି ସ୍ପଷ୍ଟ କରିଛି। ପୂର୍ବରୁ ଟିଏମସି ନେତା ଅଭିଷେକ ବାନାର୍ଜୀ କହିଥିଲେ ଯେ ତାଙ୍କ ଦଳର ପରାମର୍ଶ ନ ନିଆଯାଇ କଂଗ୍ରେସର କେ. ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି।

ବାସ୍ତବରେ କେନ୍ଦ୍ର ସରକାର ବାଚସ୍ପତି ପଦ ପାଇଁ ବିରୋଧୀଙ୍କ ସମର୍ଥନ ଲୋଡିଥିଲେ। କିନ୍ତୁ ଉପବାଚସ୍ପତି ପଦ ପାଇଁ ବିରୋଧୀ ଦାବି କରୁଥିଲେ। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ ଏବଂ ଇଣ୍ଡିଆ ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ବିରୋଧରେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କହିଛନ୍ତି ଯେ ପରମ୍ପରା ଅନୁଯାୟୀ ଲୋକ ସଭା ଉପବାଚସ୍ପତି ପଦ ବିରୋଧୀ ଦଳକୁ ଯିବା ଉଚିତ ଏବଂ ଯଦି ସରକାର ଏଥିରେ ରାଜି ହୁଅନ୍ତି, ତେବେ ସେମାନେ ବାଚସ୍ପତି ପଦ ପାଇଁ ସରକାରଙ୍କୁ ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ଆସିଲା ବଡ ଖବର; ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ!

ଇସଲାମାବାଦ୍,୬ା୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ।…

କୋର୍ଟ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ କରିଥିଲେ ହତ୍ୟା, ଆଜି କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ…

କୁକୁର କାମୁଡ଼ାରେ ୧୫ରୁ ଊର୍ଦ୍ଧ୍ୱ ଆହତ, ଏମାନଙ୍କ ମଧ୍ୟରେ ଅଛନ୍ତି…

ରାଇକିଆ,୬ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ବିଭିନ୍ନ ସ୍ଥାନରେ କୁକୁର କାମୁଡ଼ାରେ ଶୁକ୍ରବାର ୧୫ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।…

ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri