ନୂଆ ଲୋଗୋରେ ପକ୍ଷୀ, ନାଲି କଙ୍କଡ଼ା ଉଭାନ୍‌

କେନ୍ଦ୍ରାପଡ଼ା ଅଫିସ,୨୧ା୯:କେନ୍ଦ୍ରାପଡ଼ା ବନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକାର ଦୁଇଟି ନୂଆ ଲୋଗୋ ଉନ୍ମୋଚିତ ହୋଇଛି। ପ୍ରଥମ ଲୋଗୋରେ ବିରଳ ଅଲିଭ ରିଡ୍‌ଲେ କଇଁଛ ସ୍ଥାନ ପାଇ ନ ଥିବାରୁ ବିବାଦ ଆରମ୍ଭ ହୋଇଥିଲା। ସୋମବାର ଦ୍ୱିତୀୟ ଲୋଗୋ ଉନ୍ମୋଚିତ ହୋଇଛି। ଏଥିରେ ବି ତ୍ରୁଟି ରହିଛି। ଗହୀରମଥା ସାମୁଦ୍ରିକ ବନ୍ୟପ୍ରାଣୀ ସଂରକ୍ଷଣ ଅଞ୍ଚଳ ପାଇଁ ପ୍ରସ୍ତୁତ ଲୋଗୋରେ ପକ୍ଷୀ, ନାଲି କଙ୍କଡାଙ୍କ ଛବି ନାହିଁ; ଯାହା କି ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରଥମ ଲୋଗୋରେ ଥିବା କଞ୍ଜରଭେଶନ ଇଜ୍‌ ଆୱାର କନସର୍ନକୁ ୨ୟରେ ଉଠାଇ ଦିଆଯାଇଛି। ଜାତୀୟ ଉଦ୍ୟାନର ଅସ୍ମିତା ପାଇଁ ସମଗ୍ର ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇ ଗୋଟିଏ ଲୋଗୋ କରିବାକୁ ଜିଲାପାଳଙ୍କୁ ସୋମବାର ଦାବିପତ୍ର ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ, ପିସିସିଏଫ୍‌, ଆରସିସିଏଫ୍‌ଙ୍କୁ ଡାକ ଯୋଗେ ଲୋଗୋ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଅପରପକ୍ଷେ ଲୋଗୋ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠିଛି।

ଗୋଟିଏ ଲୋଗୋ ପ୍ରସ୍ତୁତ କରାଯାଉ
ଭିତରକନିକା ସଂରକ୍ଷିତ ଅଞ୍ଚଳ ୨୧୦, ୭୦୦ ହେକ୍ଟର। ଏଥିରେ ଭିତରକନିକା ଜାତୀୟ ଉଦ୍ୟାନ ୧୪, ୫୦୦ ହେକ୍ଟର ହୋଇଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ୫୨, ୭୦୦ ହେକ୍ଟର। ଗହୀରମଥା ସାମୁଦ୍ରିକ ପ୍ରାଣୀ ସଂରକ୍ଷିତ ଅଞ୍ଚଳର ଆୟତନ ୧୪୩, ୫୦୦ ହେକ୍ଟର। ଏହା ବ୍ୟତୀତ ଭିତରକନିକା ବନାଞ୍ଚଳର ସୁରକ୍ଷା ପାଇଁ ୪୪, ୬୪୦ ହେକ୍ଟର ଅଞ୍ଚଳକୁ ବଫର ଜୋନ୍‌ ବା ଇକୋ ସେନ୍ସିଟିଭ ଜୋନ୍‌ ଭାବେ ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ୨ ଲୋଗୋ ପରିବର୍ତ୍ତେ ଗୋଟିଏ କିମ୍ବା ୪ ଲୋଗୋ ପ୍ରସ୍ତୁତ ହେଉ। ଫଳରେ ଭିତରକନିକାକୁ ଭାଗ କରି ଲୋକଙ୍କୁ ଚିହ୍ନଟ କରାଇବା ଅଥବା ଅବିଭକ୍ତ ଭିତରକନିକାର ଅସ୍ମିତାର ପ୍ରଚାର ପ୍ରସାର ହୋଇପାରିବ।
ପ୍ରଭୁପ୍ରସାଦ ମହାପାତ୍ର,
ପରିବେଶବିତ୍‌, ମହାକାଳପଡ଼ା

ଜିଲାବ୍ୟାପୀ ଆନ୍ଦୋଳନ ହେବ
ଭିତରକନିକାର ଲୋଗୋ ବଦଳିଯାଇଛି। ଏହି ବଦଳାବଦଳିରେ ଭିତରକନିକାର ଅସ୍ମିତାକୁ ନଷ୍ଟ କରାଯାଇଛି। ପ୍ରଥମ ଲୋଗୋରେ ଅଲିଭ ରିଡ୍‌ଲେକୁ ସ୍ଥାନ ମିଳିନାହିଁ। ସେହିପରି ଦ୍ୱିତୀୟ ଲୋଗୋରେ ପକ୍ଷୀ, ନାଲି କଙ୍କଡା ଆଦି ନାହାନ୍ତି। ପ୍ରଥମ ଓ ଦ୍ୱିତୀୟ ଲୋଗୋରେ ଡଲଫିନ୍‌ ସ୍ଥାନ ପାଇଛି। ବନବିଭାଗ ଲୋଗୋ ପ୍ରସ୍ତୁତିରେ ଅସମାନତା ପ୍ରଦର୍ଶନ କରିଛନ୍ତି। ଏ ନେଇ ଜିଲାପାଳଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। ଲୋଗୋ ନ ବଦଳିଲେ ଜିଲାବ୍ୟାପୀ ଆନ୍ଦୋଳନ ହେବ।
ପ୍ରଦୀପ କୁମାର ଦାଶ,
ରାଜ୍ୟ ସଭାପତି, ଜନଶକ୍ତି ପାର୍ଟି

ଲୋଗୋର ରେଜିଷ୍ଟ୍ରେଶନ ଜରୁରୀ
ପରିବେଶ ସୁରକ୍ଷା ଆଇନ ୧୯୮୬ ଅଧୀନରେ ଲୋଗୋର ଗୁରୁତ୍ୱ ଅଧିକ। ଏହି ଲୋଗୋ ସ୍ଥାନୀୟ ପରିବେଶ ସୁରକ୍ଷା ସହିତ ସଂରକ୍ଷଣ ସମ୍ପର୍କରେ ସୂଚନା ଦେଇଥାଏ। ଆଧୁନିକ ଯୁଗରେ ପରିବେଶ ସଚେତନତା ପାଇଁ ଲୋଗୋ ଜରୁରୀ ହୋଇପଡିଛି। ଏହାଦ୍ୱାରା ପରିବେଶ ସମ୍ପର୍କରେ ସଙ୍କେତାତ୍ମକ ହେଲେ ମଧ୍ୟ ବୃହତ୍‌ ଉଦ୍ଦେଶ୍ୟ ସାଧନ ହୋଇଥାଏ। ଲୋଗୋର ରେଜିଷ୍ଟ୍ରେଶନ ନ ହେଲେ ଏହାର ସୁଯୋଗ ବ୍ୟବସାୟୀ ଉଠାଇବେ। ଭିତରକନିକାର ଆକର୍ଷଣ ସାରା ବିଶ୍ୱରେ ଅଛି। ଏହି ଲୋଗୋକୁ ବ୍ୟବହାର କରି କେତେଜଣ ବ୍ୟବସାୟୀ ଟୁରିଷ୍ଟଙ୍କୁ ଠକି ପାରନ୍ତି। ସେହିପରି ଭିତରକନିକା ଗୋଟିଏ ବର୍ଷରେ ୪୮୦ କୁଇଣ୍ଟାଲ ମହୁ ଉପତ୍ାଦର କ୍ଷମତା ରଖିଛି। ମହୁ ଭିତରକନିକାର ଲୋଗୋରେ ବିକ୍ରି ହୋଇପାରିବ। ତେବେ ଲୋଗୋ ରେଜିଷ୍ଟ୍ରେଶନ ହୋଇ ନ ଥିଲେ ବ୍ୟବସାୟୀ ସୁଯୋଗ ନେବେ।
ଆଇନଜୀବୀ ସରୋଜରାଜ ସିଂହ, କେନ୍ଦ୍ରାପଡ଼ା

ପ୍ରଶାସନ ଲୋଗୋ ବିବାଦ ସୃଷ୍ଟି କରିଛି
ଲୋଗୋ ଆଢ଼ୁଆଳରେ ଅର୍ଥ ହଡପ ଯୋଜନା ଥିବା ଅସମ୍ଭବ ନୁହେଁ। ଇତିମଧ୍ୟରେ ନୂତନ ଲୋଗୋରେ ଟୋପି, ମଗ, ଟି-ଶାର୍ଟ ଆଦି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ପୁରୁଣା ଲୋଗୋରେ ଥିବା ସାମଗ୍ରୀ କେତେ ପରିମାଣରେ ଗଚ୍ଛିତ ଅଛି ଓ ନୂତନ ଲୋଗୋ ପ୍ରସ୍ତୁତି ସହ ନୂଆ ସାମଗ୍ରୀ କିଣା ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯିବ। ଏହାବ୍ୟତୀତ ପୁରୁଣା ଲୋଗୋରେ ଭିତରକନିକାକୁ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ କଞ୍ଜରଭେଶନ ଇଜ ଆୱାର କନସର୍ନ ଟ୍ୟାଗ ଲାଇନ ଥିଲା; ଯାହା ନୂତନ ଲୋଗୋରେ ଦେଖିବାକୁ ମିଳୁନାହିଁ। ଖରସ୍ରୋତା ପାଣି ଉଠା ବିବାଦକୁ ସମ୍ଭାଳି ପାରୁ ନ ଥିବା ଜିଲା ପ୍ରଶାସନ ପୁଣି ଏକ ନୂଆ ଲୋଗୋ ବିବାଦ ସୃଷ୍ଟି କରିଛି। ଜିଲାବାସୀ ପ୍ରଶାସନର ଏପରି ମନୋଭାବକୁ କେବେ ବି ବରଦାସ୍ତ କରିବେ ନାହିଁ
ପ୍ରତାପ କୁମାର ପାଢ଼ୀ,
ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri