Posted inଫୁରସତ

ପକ୍ଷୀଙ୍କ ସ୍ବର୍ଗ: କଓ୍ବେଲାଦେଓ ଜାତୀୟ ଉଦ୍ୟାନ

ରାଜସ୍ଥାନର ଭରତପୁରରେ ଥିବା ଏହି ଅଭୟାରଣ୍ୟଟି ହେଉଛି ପକ୍ଷୀପ୍ରେମୀଙ୍କ ପାଇଁ ଏକ ସ୍ବର୍ଗୀୟ ସ୍ଥାନ। କାରଣ ଏଠାରେ ପ୍ରାୟତଃ ୨୩୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି…

କଓ୍ବେଲାଦେଓ ଜାତୀୟ ଉଦ୍ୟାନ ବା କଓ୍ବେଲାଦେଓ ଘାନା ଜାତୀୟ ଉଦ୍ୟାନ ରାଜସ୍ଥାନର ଭରତପୁରସ୍ଥିତ ଏକ ଲୋକପ୍ରିୟ ପକ୍ଷୀ ଅଭୟାରଣ୍ୟ ଭାବେ ଜଣାଶୁଣା। ପୂର୍ବରୁ ଏହା ଭରତପୁର ପକ୍ଷୀ ବିହାର ନାମରେ ପରିଚିତ ଥିଲା। କ୍ରମେ ସ୍ଥାନୀୟ ଏକ ଶୈବପୀଠର ନାମାନୁସାରେ ଏହି ଅଭୟାରଣ୍ୟର ନାମ କଓ୍ବେଲାଦେଓ ହେଲା। କୁହାଯାଏ, ଏଠାରେ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଖାସ୍‌କରି ଶୀତଦିନେ ବହୁ ସଂଖ୍ୟାରେ ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡ଼ି ଆସିଥାନ୍ତି। ସେଥିପାଇଁ ଉକ୍ତ ସ୍ଥାନଟିକୁ ଏକ ବଡ଼ ପର୍ଯ୍ୟଟନସ୍ଥଳୀ ଭାବେ ଗଣନା କରାଯାଇଥାଏ।

ଇତିହାସ
ଆଜକୁ ପ୍ରାୟ ୨୫୦ ବର୍ଷ ପୂର୍ବେ ଏହି ସ୍ଥାନକୁ ଠାବ କରାଯାଇଥିବା ସୂଚନା ରହିଛି। ଏଠାରେ ବହୁ ସଂଖ୍ୟାରେ ପକ୍ଷୀ ଦେଖାଯାଉଥିବା ଯୋଗୁ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ଦେବା ପାଇଁ ପ୍ରଥମେ ଯୋଜନା ହୋଇଥିଲା। ତେବେ ୧୯୭୧ରେ ଏହି ସ୍ଥାନକୁ ଏକ ସୁରକ୍ଷିତ ଅଭୟାରଣ୍ୟ ଭାବେ ଘୋଷଣା କରାଯିବା ସହ ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ସେହିପରି ୧୯୮୫ରେ ଏହି ଅଭୟାରଣ୍ୟକୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ ଭାବେ ଘୋଷଣା କରାଯାଇଥିଲା।

କ’ଣ ଦେଖିବେ:
ପକ୍ଷୀଙ୍କ ସ୍ବର୍ଗ କୁହାଯାଉଥିବା କଓ୍ବେଲାଦେଓରେ ବର୍ଷକ ବାରମାସ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଆଉ ଶୀତଦିନ ହେଲେ ଦେଶବିଦେଶରୁ ଆହୁରି ଅନେକ ପକ୍ଷୀ ଏଠାକୁ ଉଡ଼ିଆସିଥାନ୍ତି। ସେତେବେଳେ ଏଠାରେ ପ୍ରାୟ ୩୭୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ମୁଖ୍ୟତଃ ଏଠାରେ ଦେଖିବାକୁ ମିଳୁଥିବା ପକ୍ଷୀଙ୍କ ଭିତରେ ବଗ ଜାତୀୟ ବିଭିନ୍ନ ପକ୍ଷୀ, ପାଣିକୁଆ ତଥା ବତକଜାତୀୟ ପକ୍ଷୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଗଡ଼ଓ୍ବାଲ୍‌, ସୋଭେଲର୍‌, କମନ୍‌ ଟେଲ୍‌, କଟନ୍‌ ଟେଲ୍‌, ଟଫ୍ଡ ଡକ୍‌, ନବ୍‌-ବିଲ୍ଡ ଡକ୍‌, ଲିଟିଲ୍‌ କର୍ମୋରାଣ୍ଟ, ଗ୍ରେଟ୍‌ କର୍ମୋରାଣ୍ଟ, ଇଣ୍ଡିଆନ୍‌ ସାଗ୍‌, ରଫ୍‌, ପେଣ୍ଟେଡ୍‌ ଷ୍ଟର୍କ୍‌, ହ୍ବାଇଟ୍‌ ସ୍ପୁନ୍‌ବିଲ୍‌, ଏସିଆନ୍‌ ଓପେନ୍‌-ବିଲ୍ଡ ଷ୍ଟର୍କ, ଓରିଏଣ୍ଟାଲ୍‌ ଇବିସ୍‌, ଡାର୍ଟର୍‌, କମନ୍‌ ସ୍ୟାଣ୍ଡପାଇପର୍‌, ଉଡ୍‌ ସ୍ୟାଣ୍ଡପାଇପର୍‌, ଗ୍ରୀନ୍‌ ସ୍ୟାଣ୍ଡପାଇପର୍‌, ଓ୍ବାର୍ବଲର୍‌, ବବ୍‌ଲର୍‌, ବି-ଇଟର୍‌, ବୁଲ୍‌ବୁଲ୍‌, ବଣ୍ଟିଙ୍ଗ ବାର୍ଡ, ଚାଟ୍‌ ବାର୍ଡ, ପେଣ୍ଟେଡ୍‌ ଫ୍ରାଙ୍କୋଲିନ୍ସ, କ୍ୱାଇଲ୍ସ, ଓସ୍‌ପ୍ରେ, ପେରେଗ୍ରାଇନ୍‌ ତଥା ଛଞ୍ଚାଣଜାତୀୟ ଅନେକ ପକ୍ଷୀ ଏଠାରେ ଦେଖିବାକୁ ମିଳିଥାନ୍ତି। ସେହିପରି ସାରସ୍‌ କ୍ରେନ୍‌କୁ ଦେଖିବା ଏଠାକାର ଅନ୍ୟତମ ଆକର୍ଷଣ।

ତେବେ ଏହି ଅଭୟାରଣ୍ୟରେ ଯେ କେବଳ ପକ୍ଷୀ ଦେଖାଯାଇଥାନ୍ତି ତାହା ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁ ବି ଏଠାରେ ଅଛନ୍ତି। ଯେମିତି କି ନୀଳଗାଈ, ଜଙ୍ଗଲୀ ଗାଈ, ହରିଣ, ଶମ୍ବର, ବାର୍‌ହା, ନେଉଳ, ଝିଙ୍କ, ବିଲୁଆ, ହେଟାବାଘ, ଜଙ୍ଗଲୀ ମୂଷା ଇତ୍ୟାଦି। ଏତଦ୍‌ବ୍ୟତୀତ ଏଠାରେ ଥିବା ସାତ ପ୍ରଜାତିର କଇଁଛ, ପାଞ୍ଚ ପ୍ରଜାତିର ଝିଟିପିଟି, ତେର ପ୍ରଜାତିର ସାପ ତଥା ସାତ ପ୍ରଜାତିର ବିଭିନ୍ନ ଉଭୟଚର ପ୍ରାଣୀ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଶୀତଦିନ ହେଉଛି ଏଠାକୁ ଆସିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ପାଇଁ ଅନୁକୂଳ ଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କୁ ଏହିଦିନେ ଅନେକ ଭ୍ରମଣକାରୀ ପକ୍ଷୀଙ୍କୁ ଦେଖିବା ପାଇଁ ସୁଯୋଗ ମିଳିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଉକ୍ତ ଅଭୟାରଣ୍ୟଠାରୁ ମାତ୍ର ୫ କି.ମି. ଦୂରରେ ରହିଛି ଭରତପୁର ଜଙ୍କଶନ ରେଳଷ୍ଟେଶନ। ନୂଆଦିଲ୍ଲୀ, ବମ୍ବେ, ଆଗ୍ରାରୁ ନିୟମିତ ବ୍ୟବଧାନରେ ଏଠାକୁ ଟ୍ରେନ୍‌ ଚଳାଚଳ କରିଥାଏ। ତା’ଛଡ଼ା ଦିଲ୍ଲୀ, ଆଗ୍ରା, ମଥୁରା, ଜୟପୁର, ଅଲଓ୍ବାର୍‌ ଆଦି ସ୍ଥାନରୁ ଏଠାକୁ ନିୟମିତ ବସ୍‌ ମଧ୍ୟ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଆରାମରେ ପହଞ୍ଚତ୍ପାରିବେ।

କିଛି ସୂଚନା
ପର୍ଯ୍ୟଟକଙ୍କ ନିମନ୍ତେ ଏହି ଅଭୟାରଣ୍ୟଟି ବର୍ଷସାରା ସୂର୍ଯ୍ୟୋଦୟ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲା ରହିଥାଏ। ବର୍ଷକୁ ପ୍ରାୟ ଏକ ଲକ୍ଷ ପାଖାପାଖି ଭାରତୀୟ ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ସୂଚନା ରହିଛି। ସେହିପରି ବର୍ଷକୁ ୪୦ରୁ ୪୫ ହଜାର ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସୁଥିବା ଅନୁମାନ ମଧ୍ୟ କରାଯାଏ। ତା’ଛଡ଼ା ଉକ୍ତ ଅଭୟାରଣ୍ୟ ମଧ୍ୟରେ ଖାଇବା, ପିଇବା ଓ ରହିବା ପାଇଁ ବି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri