Categories: ଫୁରସତ

ସାର୍କକୁ ପଞ୍ଝାରେ ଧରି ସମୁଦ୍ର କୂଳରେ ଉଡିଲା ପକ୍ଷୀ

ପକ୍ଷୀ ଆକାରଠାରୁ ସାର୍କର ଆକାର ବିଶାଳକାୟ। ତେବେ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଶିକାରୀ ପକ୍ଷୀ ସାର୍କ ମାଛକୁ ତାର ପଞ୍ଝାରେ ଧରି ଆମେରିକା ମାୟର୍ଟଲ ସମୁଦ୍ରକୂଳରେ ଉଡୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ଦକ୍ଷିଣ କେରୋଲିନାର ଫେସବୁକ ୟୁଜର କେଲି ବରବେଜ ଉତ୍ତୋଳନ କରିଛନ୍ତି।

କେଲି ବରବେଜ ଭିଡିଓ ଶେୟାର କରି ଲେଖିଛନ୍ତି, ଇଗଲ? କୋଣ୍ଡୋର? ମାୟର୍ଟଲ ସମୁଦ୍ରକୂଳରେ ଏକ ସାର୍କକୁ ଧରିଛି। ଏହି ଭିଡିଓକୁ ଟୁଇଟରରେ ମଧ୍ୟ ଶେୟାର କରାଯାଇଛି। ତେବେ ଟୁଇଟର ଆକାଉଣ୍ଟ ଟ୍ରାକିଂ ସାର୍କ୍ସ ଉକ୍ତ ଭିଡିଓକୁ ରି-ପୋଷ୍ଟ କରି ମାଛକୁ ଚିହ୍ନଟ କରିବାକୁ ଜନସାଧାରଣଙ୍କ ସାହାଯ୍ୟ ମାଗିଛି। ଏହି ଭିଡିଓ ପୋଷ୍ଟ କରି ପଚାରିଛନ୍ତି, କିଏ ଜାଣିଛନ୍ତି କି ଏହା କେଉଁ ପ୍ରକାର ପକ୍ଷୀ। ଏହା ଏକ ସାର୍କ ଧରିଛି ବୋଲି ପ୍ରଶ୍ନ କରିଛନ୍ତି।

Share