Categories: ଜାତୀୟ

ବିମାନରେ ପକ୍ଷୀ ଧକ୍କା, ଡିଜିସିଏ ଜାରି କଲା ନୂଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୧୩।୮ : ଦେଶର ବିମାନ ବନ୍ଦରରେ ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କ ସହିତ ବିମାନର ମୁହାଁମୁହିଁ ଧକ୍କା ଘଟଣାର ଅନୁସନ୍ଧାନ ପାଇଁ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ଜେନେରାଲ ଶନିବାର ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ନିୟମିତ ପାଟ୍ରୋଲିଂ ଏବଂ ବନ୍ୟପ୍ରାଣୀ ଗତିବିଧି ଚିହ୍ନଟ ହେଲେ ପାଇଲଟମାନଙ୍କୁ ସୂଚିତ କରିବାକୁ କୁହାଯାଇଛି।

ଗତ କିଛି ସପ୍ତାହ ମଧ୍ୟରେ ବିମାନ ସହିତ ପକ୍ଷୀ ମୁହାଁମୁହିଁ ହେବାର ଅନେକ ଘଟଣା ଘଟିଛି। ଅଗଷ୍ଟ ୪ ରେ, ଚଣ୍ଡିଗଡ଼ ଅଭିମୁଖେ ଗୋ ଫାଷ୍ଟ ବିମାନ ପକ୍ଷୀ ସହିତ ଧକ୍କା ଦେବା ପରେ ଅହମ୍ମଦାବାଦକୁ ଫେରିଥିଲା। ଜୁନ ୧୯ ରେ, ପାଟନା ବିମାନ ବନ୍ଦରରୁ କିଛି ସମୟ ପରେ ୧୮୫ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ପାଇସଜେଟ ବିମାନ ଦିଲ୍ଲୀ ଯାଉଥିବା ସମୟରେ ଏହାର ଇଞ୍ଜିନ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। କିଛି ମିନିଟ ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ପକ୍ଷୀ ଧକ୍କା ଯୋଗୁୁ ଇଞ୍ଜିନରେ ଏଭଳି ତ୍ରୁଟି ଦେଖାଯାଇଥିଲା।

ଶନିବାର ଜାରି କରାଯାଇଥିବା ସର୍କୁଲାରରେ ନିୟାମକ କହିଛନ୍ତି ଯେ ସମସ୍ତ ବିମାନବନ୍ଦର ଅପରେଟରମାନଙ୍କୁ ସେମାନଙ୍କର ବନ୍ୟପ୍ରାଣୀ ବିପଦ ପରିଚାଳନା କାର୍ଯ୍ୟକ୍ରମ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି। ପ୍ରାଣୀଙ୍କ ବିପଦକୁ ଆକଳନ କରିବାକୁ ଏବଂ ବିମାନ ପ୍ରତି ଥିବା ବିପଦ ଅନୁଯାୟୀ ମାନ୍ୟତା ଦେବାକୁ ବିମାନ ବନ୍ଦରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗାଇଡଲାଇନରେ କୁହାଯାଇଛି ଯେ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ତଥ୍ୟ ଉପରେ ନଜର ରଖିବା ଏବଂ ରେକର୍ଡ କରିବା ପାଇଁ ବିମାନବନ୍ଦରଗୁଡିକରେ ଏକ ପ୍ରକ୍ରିୟା ରହିବା ଉଚିତ।

 

Share