ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ କରୁଥିବାର ଦେଖିବାକୁ ମିଳୁଛି। ଲୋକ ଜଣକ ଏଥିରେ ବିରକ୍ତ ନ ହୋଇ ଆନନ୍ଦରେ ଚଢ଼େଇ ସହିତ ଭୋଜନ କରୁଛନ୍ତି। ଚଢ଼େଇଟି ବଣି ବୋଲି ଭିଡ଼ିଓରୁ ଅନୁମାନ କରାଯାଉଛି। ମେଘରାଜ ଦେସାଲେ ନାମକ ଜଣେ ଇନଷ୍ଟାଗ୍ରାମ୍‌ ୟୁଜରଙ୍କ ଆକାଉଣ୍ଟ୍‌ରେ ଏହି ଭିଡ଼ିଓକୁ ଅପଲୋଡ୍‌ କରାଯାଇଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୨ ଲକ୍ଷ ୬୦ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି। ଭିଡ଼ିଓକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ ସକରାତ୍ମକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Share