Categories: ଫୁରସତ

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ କାଠହଣା ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଛି। ଫଳରେ ଉକ୍ତ କଂକ୍ରିଟ କାନ୍ଥରେ ଗର୍ତ୍ତ ସୃଷ୍ଟି ହେଉଛି। ସେଠାରେ ନିଜ ବସା କରିବା ପାଇଁ ପକ୍ଷୀଟି ଏପରି ଉଦ୍ୟମ ଚଳାଇଛି। ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share