ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର(ବ୍ୟୁରୋ)/ବେଗୁନିଆ,୯ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କୋତଳାଙ୍ଗ ଗ୍ରାମରେ ମଙ୍ଗଳବାର କାଉ ମଡ଼କ ଦେଖାଯାଇଛି। ଅଚାନକ କାଉ ମରୁଥିବା ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା କରାଯାଇଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଞ୍ଚଳରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କାଉ ମରିଥିବା ଜଣାପଡ଼ିଛି। ଖବରପାଇ ବେଗୁନିଆ ପ୍ରାଣୀ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ୍‌ ପହଞ୍ଚି ମୃତ କାଉଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

ମିଳିଥିବା ସୂଚନାନୁସାରେ, ସକାଳ ପ୍ରାୟ ୯ଟାରେ କୋତଳାଙ୍ଗ ଗାଁ ଦାଣ୍ଡରେ ଗୋଟିଏ କାଉ ମରି ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଉଡ଼ି ଯାଉଥିବା କିଛି କାଉ ଗୋଟିଏ ପରେ ଗୋଟିଏ ତଳେ ମରି ପଡୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ବାର୍ଡ ଫ୍ଲୁ ଆଶଙ୍କା କରି ବେଗୁନିଆ ପ୍ରାଣୀ ଚିକିତ୍ସାଳୟକୁ ଖବର ଦେଇଥିଲେ। ଖବରପାଇ ବ୍ଲକ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ମୃତ କାଉଙ୍କୁ ଏକାଠି କରି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସଂଗୃହୀତ ରକ୍ତ ଏବଂ ମୃତଦେହ କଟକ ଜିଲା ଫୁଲନଖରାସ୍ଥିତ ପ୍ରାଣୀ ଚିକିତ୍ସାଳୟ ତଥା ଗବେଷଣା କେନ୍ଦ୍ରକୁ ପଠାଯାଇଛି। ସେଠାରେ ଯଦି କୌଣସି ସନ୍ଦେହ କରାଯାଏ ତେବେ ଭୋପାଳ ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନାହିଁ ସ୍ପଷ୍ଟ ହେବ ବୋଲି ଡା. ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri