Categories: ଜାତୀୟ

ବାର୍ଡ ଫ୍ଲୁ ଆତଙ୍କ: କେରଳରେ ବିପର୍ଯ୍ୟୟ ଘୋଷଣା, ଚିକେନ୍‌-ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧: ମହାମାରୀ କରୋନା ପରେ ଏବେ ଦେଶରେ ନୂଆ ସଙ୍କଟ ଦେଖାଦେଇଛି। ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ କେରଳ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।

କେରଳର ଅଲାପ୍ପୁଝା ଏବଂ କୋଟ୍ଟାୟମ ଜିଲାରେ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ପାଖାପାଖି ୧୭୦୦ରୁ ଅଧିକ ବତକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ପ୍ରଶାସନ ଆଲର୍ଟ ହୋଇଛି। ରାଜ୍ୟର ଚିକେନ ଏବଂ ଅଣ୍ଡା ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ହିମାଚଳପ୍ରଦେଶର କାଙ୍ଗଡା ଜିଲାର ପୋଙ୍ଗ୍‌ ବାନ୍ଧ ହ୍ରଦ ନିକଟରେ ୧୮୦୦ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ କାଉ, ବଗ ଏବଂ ଅନ୍ୟ ପ୍ରଜାତିର ପକ୍ଷୀ ରହିଛନ୍ତି। ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁୟାରୀ ୩ ମଧ୍ୟରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି।

Share