ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ ୬ ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ୫ଟି ସେଗମେଣ୍ଟ ପାଇଁ ୪ଟି ଟିମ ଗଠନ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ପାରାଦୀପର ପିପିଏଲ୍‌ରେ ୨ଟି ସେଗମେଣ୍ଟ, ଜଟାଧାରୀ ନଦୀ ଅଞ୍ଚଳରେ ଗୋଟିଏ ସେଗମେଣ୍ଟ, ହାୱାଖାନାରେ ଗୋଟିଏ ଓ ବନ୍ଦର ଅଞ୍ଚଳରେ ଗୋଟିଏ ସେଗମେଣ୍ଟ ଗଣନା ହୋଇଥିଲା। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।