ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ଅନୁକୂଳ ପାଗ ଯୋଗୁ ବିଶେଷଜ୍ଞ ଟିମ୍‌କୁ ପକ୍ଷୀଗଣନା କରିବା ସହଜ ହୋଇଥିଲା। ଜାନୁୟାରୀ ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ। ବିଗତବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ଜିଲା ପଟରୁ ମଧ୍ୟ ପକ୍ଷୀ ଗଣନା ପାଇଁ ଟିମ୍‌ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ସକାଳ ୬ଟାରେ ୩୫ଟି ଡଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ ବିଶେଷଜ୍ଞ ଜଳଭଣ୍ଡାର ଭିତରକୁ ଯାଇ ପକ୍ଷୀଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ୩୦ଟି ଟିମ୍‌ ଗଠନ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଟିମ୍‌ ଗଣନା ସାରି କୂଳକୁ ଫେରି ଆସିଥିବା ଜଣାପଡିଛି। ପକ୍ଷୀଗଣନା ପାଇଁ ୩ ଦିନ ପୂର୍ବରୁ ଜଳଭଣ୍ଡାରରେ ମାଛ ମାରିବା ଉପରେ ରୋକ୍‌ ଲଗାଯାଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ଜଳଭଣ୍ଡାରକୁ ଡକ୍‌ ପ୍ରଜାତିର ରେଡ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ, ବ୍ରାମିନି ଡକ, ନରଦେନ ପିନଷ୍ଟେଲ, ୟୁରୋ ଏସିଆନ, ଏସିଆନ ୱିଗନ,ଏସିଆନ ଓପନବିଲ,ଗ୍ରେ ହୀରୋନ,ପରପଲ ହୀରୋଜେନ,କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ, ଇଣ୍ଡିଆନ ସେଗ, ଲିଟିଲ କରମୋରେଣ୍ଟ, ଗ୍ରେଟ କରମୋରେଣ୍ଟ, ଲିଟିଲ ଗ୍ରେଟ,ଗ୍ରେଟ କ୍ରେଷ୍ଟଟେଡ ଗ୍ରେଟ , କମନ କଟ,ପରପଲ ସ୍ବାନ, ରେଡ ୱେଟଲେଟ ଲେଫ ୱିନ, ରିଭର ଲେଫୱିନ, ଫ୍ଳୋଭର, ସେଣ୍ଟ ଫ୍ଳୋଭର,ସ୍ନିପ,ଷ୍ଟିୟୁଟ,ଗୁଲସ, କିଙ୍ଗଫ୍ରେସର, ରିଭର ଟ୍ରଣ୍ଟ, ବ୍ଲେକ ବେଲିଆଟ ଟ୍ରଫ୍ଟ ପ୍ରଭୃତି ଆସିଥିବା ଜଣାପଡିଛି।
ସୂଚନାଯୋଗ୍ୟ , ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର, ୨୦୨୧ ମସିହାରେ ୮୬ ପ୍ରଜାତିର ୧ ଲକ୍ଷ ୨୪ ହଜାର, ୨୦୨୦ ମସିହାରେ ୮୨ ପ୍ରଜାତିର ୧ ଲକ୍ଷ ୩୪ ହଜାର ପକ୍ଷୀ ଆସିଥିବା ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଜଣାଯାଇଛି। ସେହିପରି ୨୦୧୭ ବର୍ଷରେ ୫୭ ପ୍ରଜାତିର ୭୬ ହଜାର ୭୬୮, ୨୦୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨, ୨୦୧୫ରେ ୬୪ ପ୍ରଜାତିର ୫୮ ହଜାର ୯୭, ୨୦୧୪ ରେ ୫୪ ପ୍ରଜାତିର ୬୩ ହଜାର ୮୯୨, ୨୦୧୩ ରେ ୬୦ ପ୍ରଜାତିର ୭୯ ହଜାର ୧୩୮ ବିଦେଶୀ ପକ୍ଷୀ ଆସିଥିବା ରିପୋର୍ଟ ରହିଛି ା ଶୀତ ଋତୁରେ ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri