ବିରଞ୍ଚି ନାରାୟଣ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅଭାବ

ବୁଗୁଡ଼ା,୨୬।୬(ଡି.ଏନ୍‌.ଏ.): ୧୯୬୪ରେ ସ୍ଥାପିତ ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ପିଲାଙ୍କ ପାଠପଡ଼ା ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମନରେ ଚିନ୍ତା ଘାରିଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ମୋଟ ୪୫୭ ଛାତ୍ରୀ ପଢୁଛନ୍ତି। ଏଥିପାଇଁ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ମାତ୍ର ୪ ଜଣ ଶିକ୍ଷକ ରହିଥିବା ବେଳେ ପିପୁଲ୍ସ ହାଇସ୍କୁଲ ଓ ଭାମଶିଆଳି ହାଇସ୍କୁଲରୁ ୨ ଜଣ ଶିକ୍ଷକ ଡେପୁଟେଶନରେ ଆସି ୩ ଦିନ ଲେଖାଏ ପଢ଼ାଉଛନ୍ତି। ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ସାଙ୍ଗକୁ ଟିଜିଟି ଆର୍ଟସ୍‌, ଟିଜିଟି ସିବିଜେଡ୍‌, ଟିଜିଟି ପିସିଏମ୍‌, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲିପଡିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ କାମଚଳା ପାଠପଢ଼ା ଚାଲିଥିବା ବେଳେ ଅଷ୍ଟମ, ନବମ ଓ ଦଶମ ଛାତ୍ରୀଙ୍କ ପଢ଼ାରେ ଘୋର ଅସୁବିଧା ହେଉଛି। ଶିକ୍ଷକ ଅଭାବ ଯୋଗୁ ପ୍ରତ୍ୟେକ ଶ୍ରେଣୀରେ ଦିନକୁ ଗୋଟିଏ କିମ୍ବା ଦୁଇଟି ପିରିୟଡ ପାଠ ପଢ଼ାଯାଉଥିବା ବେଳେ ଅନ୍ୟ ପିରିୟଡ ଖାଲି ପଡୁଥିବାରୁ ପିଲାମାନେ ମଜା ମଜଲିସ୍‌ କରି ଘରକୁ ଫେରୁଛନ୍ତି। ଶିକ୍ଷକମାନେ ଯଦି କେବେ କେବେ ଛୁଟିରେ ରୁହନ୍ତି ତେବେ ସେ ଦିନ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଏଠାରେ ନବମ ଓ ଦଶମ ଶ୍ରେଣୀର ଗଣିତ, ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ପଢ଼ାଇବାକୁ କେହି ଶିକ୍ଷକ ନ ଥିବାରୁ ଏସବୁ ବିଷୟରେ ବିଦ୍ୟାର୍ଥୀ ଦୁର୍ବଳ ହେବା ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଯୋଗୁ ଅଭିଭାବକମାନେ ବିଭିନ୍ନ ବେସରକାରୀ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଆଣି ଏଠି ନାମ ଲେଖାଇଥିବା ବେଳେ ଏବେ ଏଠାକାର ଶିକ୍ଷୟିତ୍ରୀ ଶିକ୍ଷକ ମରୁଡ଼ି ଯୋଗୁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ବରିହା ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା କଥାକୁ ସ୍ବୀକାର କରିବା ସହ ଏହି ବିଦ୍ୟାଳୟ ପାଇଁ ଗଣିତ, ବିଜ୍ଞାନ ଓ ସଂସ୍କୃତ ଆଦି ତିନୋଟି ବିଷୟର ଶିକ୍ଷକ ପଦବୀ ପୂରଣ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ହିନ୍ଦୀ ଅଧ୍ୟାପନା ପାଇଁ ଡେପୁଟେଶନରେ ଜଣଙ୍କୁ ପ୍ରେରଣ କରିବାକୁ ଆବେଦନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ଉଚ୍ଚ ବିଦ୍ୟାଳୟରେ ରହିଥିବା ଶିକ୍ଷକ ମରୁଡ଼ି ସମସ୍ୟାକୁ ଦୂର କରିବା ପାଇଁ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri