Categories: ଜାତୀୟ

ବିପ୍ଳବ ଦେବ ତ୍ରିପୁରାରୁ ରାଜ୍ୟ ସଭା ପ୍ରାର୍ଥୀ…

ଅଗରତାଲା, ୧୦।୯ : ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତ୍ରିପୁରାରୁ ପ୍ରାର୍ଥୀ ଭାବେ ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ମାଣିକ ସାହା ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିପୁରାର ଏହି ରାଜ୍ୟ ସଭା ଆସନ ଖାଲି ପଡିଥିଲା। ସେପ୍ଟେମ୍ବର ୨୨ ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭାରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଭଳି ପରିସ୍ଥିତିରେ ବିପ୍ଲବଙ୍କ ବିଜୟ ପ୍ରାୟ ନିଶ୍ଚିତ।

ଏହାପୂର୍ବରୁ ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଦେବଙ୍କୁ ହରିୟାଣାରେ ପାର୍ଟି ବ୍ୟାପାରର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହି ସମୟରେ ବିପ୍ଲବ କୁମାର ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ସଭାପତି ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସେମାନେ ମୋତେ ତ୍ରିପୁରାରୁ ରାଜ୍ୟସଭା ଏମ୍‌ପି ଭାବରେ ଭାଜପା ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି। ତ୍ରିପୁରାର ଲୋକଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ମୁଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

Share