Categories: ଜାତୀୟ

ଅଧା ରହିଗଲା ବିପିନ ରାଓ୍ବତଙ୍କ ସ୍ବପ୍ନ, ପୂରଣ କରିବେ ଦାଦା

ଡେରାଡୁନ,୧୦ା୧୨: ସିଡିଏସ୍‌ ବିପିନ ରାଓ୍ବତ ତାଙ୍କ ଜନ୍ମସ୍ଥାନ ଅର୍ଥାତ୍‌ ଗାଁରେ ଏକ ଘର ତିଆରି କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଖାଲି ଏହା ବିପିନଙ୍କ ସ୍ବପ୍ନ ନୁହେଁ, ବରଂ ତାଙ୍କ ପିତା ଲେଫ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାଓ୍ବତଙ୍କ ମଧ୍ୟ ଏହି ସ୍ବପ୍ନ ଥିଲା। ପିତାଙ୍କ ଇଚ୍ଛା ପୂରଣ କରିବା ପାଇଁ ବିପିନ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ଏକ ଘର ତିଆରି କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ବିପିନଙ୍କ ଏହି ସ୍ବପ୍ନ ଅଧୁରା ରହିଗଲା। ଯାହାକୁ ଗାଁରେ ରହୁଥିବା ଦାଦା ପୂରଣ କରିବେ।

ବିପିନ ଥରେ ଗାଁକୁ ଆସିଥିଲେ। ଗାଁରେ ରାସ୍ତା ନିର୍ମାଣ ହେଉ ନ ଥିବା ଲୋକେ ତାଙ୍କୁ କହିଥିଲେ। ସେତେବେଳେ ଜେନେରାଲ ରାଓ୍ବତ କହିଥିଲେ ଯେ, ସେ ଗାଁର ରାସ୍ତା କରିଦେବେ। ଗାଁର ଅର୍ଜୁନ ସିଂ କହିଛନ୍ତି, ରାଓ୍ବତଙ୍କୁ ଏହି ଗାଁରେ କୌଣସି ଶିକ୍ଷାନୁଷ୍ଠାନ ନାହିଁ। ଏନେଇ ରାଓ୍ବତ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଗାଁର ଯୁବକମାନଙ୍କୁ ମଧ୍ୟ ସେନା ନିଯୁକ୍ତି ତାଲିମ ପାଇଁ ଏକ କେନ୍ଦ୍ର ସ୍ଥାପନ କରିବାକୁ ବିପିନ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ପ୍ରତିନିଧି ଭାବରେ ଜିଲାଧିକାରୀ ବିଜୟ କୁମାର ଯୋଗଦଣ୍ଡେ ସାଇନା ଗ୍ରାମରେ ପହଞ୍ଚି ଜେନେରାଲ ରାଓ୍ବତଙ୍କ ଦାଦା ଭାରତ ସିଂ, ହରିଚନ୍ଦନ ସିଂ ରାଓ୍ବତ, ଖୁଡ଼ୀ ସୁଶୀଲା ଦେବୀ ଏବଂ ସନ୍ତୋଷଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ। ସେ କହିଛନ୍ତି, ପରିବାର ସଦସ୍ୟଙ୍କ ସହ କଥା ହେବା ପରେ ଜେନେରାଲ ରାଓ୍ବତଙ୍କ ସ୍ମୃତିରେ ଗାଁରେ କିଛି ନିର୍ମାଣ କରାଗଲେ ଆଲୋଚନା କରାଯିବ। ପରିବାର ସଦସ୍ୟଙ୍କଠାରୁ ମିଳିଥିବା ପରାମର୍ଶଗୁଡିକ ଏକ ପ୍ରସ୍ତାବ ଆକାରରେ ସରକାରଙ୍କ ନିକଟକୁ ପଠାଯିବ।

Share