Categories: ଜାତୀୟ

ପଦ୍ମ ପୁରସ୍କାର ଘୋଷଣା: ବିପିନ ରାଓ୍ବତଙ୍କୁ ପଦ୍ମବିଭୂଷଣ

ନୂଆଦିଲ୍ଲୀ,୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ମଙ୍ଗଳବାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ପଦ୍ମବିଭୂଷଣ ପାଇଁ ମୋଟ ୪ ଜଣଙ୍କ ନାମ ଚୟନ ହୋଇଥିବାବେଳେ ପଦ୍ମ ଭୂଷଣ ପାଇଁ ୧୭ଜଣଙ୍କୁ ଚୟନ କରାଯାଇଛି। ଏହା ବ୍ୟତୀତ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୭ଟି ନାମ ଚୟନ କରାଯାଇଛି। ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତ (ସିଭିଲ ସର୍ଭିସେସ), ପୂର୍ବତନ ଭାଜପା ନେତା କଲ୍ୟାଣ ସିଂ (ଜନସମ୍ପର୍କ ବିଭାଗ) ଏବଂ ଗୀତାପ୍ରେସ ଗୋରଖପୁରର ସଭାପତି ରାଧେଶମ ଖେମକା (ସାହିତ୍ୟ ଓ ଶିକ୍ଷା)ଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ।

Share