ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ ଜୋନ ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବା ଜଣାପଡିଛି । ବିପିନ ଜଣେ ଦୃଢ ସଙ୍ଗଠକ ଭାବେ ବେଶ୍ ଜଣାଶୁଣା। ଦୀର୍ଘ ୩୦ ବର୍ଷ ଧରି ଦେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ଗତ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ରେ ଭାଜପା ପ୍ରାର୍ଥୀ ଡ଼. ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିଜୟୀ କରିବାରେ ସେ ଗୁରୁ ଦାୟିତ୍ବ ନେଇଥିଲେ । ବିପିନଙ୍କୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ବିଭିନ୍ନ ଅଞ୍ଚଳ ରୁ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଥିବା ଜଣାପଡିଛି । ଏନେଇ ବିପିନ ଭାଜପା ରାଜ୍ୟ ସଭାପତି, ବ୍ରହ୍ମପୁର ଏମ.ପି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ,ଗଞ୍ଜାମ ଜିଲା ଭାଜପା ସଭାପତି ସରୋଜ ସାବତ ଙ୍କ ସମେତ ତାଙ୍କ ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି ।

