ବୋଲ୍ଡ ଫଟୋ ଶେୟାର କଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଏବଂ ଗ୍ଲାମର୍ସ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ନିଜର କିଛି ଫଟୋ ପୋଷ୍ଟ କରି ବିପାଶା ଲେଖିଛନ୍ତି, ‘ମୁଡ୍‌, ଅପ୍‌ନେ ଆପ୍‌କୋ ପ୍ୟାର କରୋ’ ଦ୍ୱିତୀୟ ଫଟୋରେ ଲେଖିଛନ୍ତି, ‘ମେଁ ଏକ୍‌ ଫୁଲ ନେହିଁ ବନୁଙ୍ଗି ଜୋ ଅପ୍‌ନୀ ସୁନ୍ଦରତା କୋ କୋଇ ତୋଡ୍‌ କେ ଲିଏ ଜାଏ ଔର ମୁର୍‌ଝାନେ କେ ବାଦ୍‌ ଛୋଡ୍‌ ଦିୟା ଜାଏ’। ଏହା ପୂର୍ବରୁ ମଧ୍ୟ ବିପାଶା ତାଙ୍କର କେତେକ ପୁରୁଣା ଫଟୋ ପୋଷ୍ଟ କରିଥିଲେ, ଯାହାକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଥିଲେ। କିନ୍ତୁ ଏବେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଯାହାକୁ ଦେଖି ବିପାଶାଙ୍କ ଫ୍ୟାନ୍‌ମାନେ ପାଗଳ ହୋଇଯାଇଛନ୍ତି। ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ଫ୍ୟାନ୍‌ ତ ଏମିତି ଲେଖିଛନ୍ତି ଯେ, ‘ମ୍ୟାଡାମ ଆପଣ କାହିଁକି ଏତେ ସୁନ୍ଦର’। ଏବେ ବଲିଉଡ୍‌ର ବ୍ଲାକ୍‌ ବିୟୁଟି ବିପାଶ ସ୍ବାମୀ କରନଙ୍କ ସହିତ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସମୟ ଅତିବାହିତ କରୁଛନ୍ତି।

Share