ଝିଅର ଝଲକ ଦେଖାଇଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ ସମୟରେ ବିପାଶା ତାଙ୍କ ଝିଅକୁ ସୋସିଆଲ ମିଡିଆରେ ଦେଖାଇବାର କୌଣସି ଅବସର ଛାଡି ନ ଥାଆନ୍ତି । ନିକଟରେ ପୁଣିଥରେ ବିପାଶା ବସୁ ଭିନ୍ନ ଅନ୍ଦାଜରେ ଝିଅ ଦେବୀର ଝଲକ ଶେୟାର କରିଛନ୍ତି ।
ବିପାଶାଙ୍କ ଝିଅ ଦେବୀ ବି ବ୍ଲୁ କଲର ଡ୍ରେସ ପିନ୍ଧି ସତେ ଯେମିତି ପୋଜ ଦେଉଥିବା ଦେଖାଯାଉଛି । ମାଆ ଝିଅଙ୍କ ଏହି ବିଶେଷ ମୁଭମେଣ୍ଟ ଦେଖି ନେଟିଜେନ୍ସ ତାଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି, ଯେଉଁଥିରେ ମାଆ ଝିଅଙ୍କ କିଛି କ୍ୟୁଟ ଫଟୋ ଦେଖିବାକୁ ମିଳିଛି ।
ତେବେ ଝିଅର ପ୍ରାଇଭେସିକୁ ନଜରରେ ରଖି ବିପାଶା ଦେବୀ ମୁହଁ ଉପରେ ବଡ ଦିଲ ଇମୋଜି ଲଗାଇ ଦେଇଛନ୍ତି । ଏହାକୁ ଶେୟାର କରି ବିପାଶା ଲେଖିଛନ୍ତି, ମେରା ଦିଲ ଭାରା ହୁଆ ହୌ, ଥ୍ୟାଙ୍କ ୟୁ ଦେବୀ । ଏହି ଫଟୋ କ୍ରେଡିଟ ଅଭିନେତ୍ରୀ ବେଦୀଙ୍କ ପିତା କରଣଙ୍କୁ ଦେଇଛନ୍ତି । ସୂଚନାଯୋଗ୍ୟ, ବିବହାର ପ୍ରାୟ ୬ ବର୍ଷ ପରେ ବିପାଶା ଓ କରଣ ମାତାପିତା ହୋଇଥିଲେ । ୧୨ ନଭେମ୍ବର ୨୦୨୨ରେ ଝିଅ ଦେବୀଙ୍କୁ ଜନ୍ମ ଦେଇଥିଲେ ବିପାଶା । ଏବେ ସେ ପ୍ରାୟ ଅଢେଇ ମାସର ହୋଇଗଲାଣି । ହେଲେ ଏବେ ପର୍ଯ୍ୟନ୍ତ କପୁଲ ପ୍ରଶଂସକଙ୍କୁ ତାଙ୍କ ଝିଅର ଚେହେରା ଦେଖାଇ ନାହାନ୍ତି ।

Share