ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ। ପ୍ରେମିକ ଜନ୍‌ ଆବ୍ରାହମଙ୍କୁ ନେଇ ମଧ୍ୟ କରିନା କଟାକ୍ଷ କରିଥିଲେ।

ଘଟଣାଟି ୨୦୦୧ର। କରିନା ଓ ବିପାଶା ‘ଅଜନବୀ’ ଫିଲ୍ମର ଶୁଟିଂ କରୁଥିଲେ। ହେଲେ ନିଜ ନିଜର କଷ୍ଟ୍ୟୁମ(ପୋଷାକ)କୁ ନେଇ ସେମାନଙ୍କର ବଚସା ହୋଇଥିଲା। କରିନାଙ୍କୁ ନ ପଚାରି ତାଙ୍କ ଡିଜାଇନରଙ୍କ ସହାୟତା ନେଇଥିବାରୁ ବିପାଶାଙ୍କ ଉପରେ ଖପ୍ପା ହୋଇଥିଲେ ସେ। ଏହି ଝଗଡ଼ା ପରେ ଜଣେ ଅନ୍ୟଜଣଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। ଦୀର୍ଘଦିନ ଧରି ଏହା ଚାଲିବା ପରେ ୨୦୦୮ରେ ବିପାଶାଙ୍କୁ ସୈଫଙ୍କ ଜନ୍ମଦିନ ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ କରିନା। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇଛି।

Share