ମାନବୀୟ ଅଭିବୃଦ୍ଧିରେ ଜୈବପ୍ରଯୁକ୍ତି ବିଜ୍ଞାନ

ଯୁବ ବର୍ଗଙ୍କୁ ଭବିଷ୍ୟତ ଜୈବ ପ୍ରଯୁକ୍ତି ବିଜ୍ଞାନୀ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢ଼ା ସୁଯୋଗ ସହିତ ଗବେଷଣା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଭାରତ ବାୟୋଟେକ ପ୍ରଥମ ଦଫାରେ ଅଦ୍ୟାବଧି ୭୦୦ କୋଟି ଟଙ୍କା ନିବେଶ କରି ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଏକ ବାୟୋଟେକନୋଲୋଜି ପାର୍କ ସ୍ଥାପନ କରି ନିକଟ ଭବିଷ୍ୟତରେ ପ୍ରାୟ ୨୮ଗୋଟି ‘ଭାକସିନ’ ଉତ୍ପାଦନ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ସରକାର ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ଓଡ଼ିଶାରେ ବିଭିନ୍ନ ଅନୁରୂପ ଉଦ୍ୟୋଗ ଯଥା ଇମଜେନେକ୍ସ, କାର୍ଡ ଲାଇଫ, ସନ୍‌ ବାୟୋଟେକ ଇତ୍ୟାଦି ଅବସ୍ଥାପିତ ହୋଇ ଅନେକ ସଫଳତା ସହ ସୁନାମ ଅର୍ଜନ କରୁଛନ୍ତି।
ଜୈବ ପ୍ରଯୁକ୍ତିବିଦ୍ୟା ଜୀବଜଗତରେ ସଂଶ୍ଳିଷ୍ଟ ସମସ୍ତ ପ୍ରାଣୀଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବା ସହିତ ମାନବ ଜୀବନ ଓ ତା’ର ସାମାଜିକ ଚଳଣିକୁ ସିଧାସଳଖ ପ୍ରଭାବିତ କରୁଛି। ଏହାର କୃଷି କ୍ଷେତ୍ରରେ ପ୍ରଭାବ ଯୋଗୁ ଖାଦ୍ୟ ଉତ୍କର୍ଷତା, ପରିମାଣ ଓ ଏହାର ପ୍ରକ୍ରିୟାକରଣରେ ଅନେକ ପରିବର୍ତ୍ତନ ଆଣିପାରିଛି। ଟମାଟୋ ଭଳି ସ୍ବଳ୍ପ ଅବଧି ମଧ୍ୟରେ ପଚିଶଢ଼ି ଯାଉଥିବା ଯୋଗୁ ଏହାର ଗୁଣସୂତ୍ରରେ ପରିବର୍ତ୍ତନ ଯୋଗୁ ମନୁଷ୍ୟ ଏପରି ଏକ ଟମାଟୋ ‘ଫ୍ଲାଭର ସାଭର’ ପ୍ରସ୍ତୁତ କରିପାରିଛି, ଯାହା କୃଷକ ପାଇଁ ହିତକାରୀ ସାବ୍ୟସ୍ତ ହୋଇଅଛି। ସେହିପରି କୃଷିରେ ବ୍ୟବହୃତ ଜୈବିକ ସାର, ଜୈବିକ କୀଟନାଶକ ଇତ୍ୟାଦିରେ ସୂକ୍ଷ୍ମ ଜୀବମାନଙ୍କ ବହୁଳ ବ୍ୟବହାର କରାଯାଉଛି। ଏହାଫଳରେ ଫସଲ ଅତ୍ୟଧିକ ଅଣୁ ଖାଦ୍ୟ ଗ୍ରହଣ ଶକ୍ତି ପାଇ ଏବେ ଅଧିକ ଅମଳକ୍ଷମ ହେବା ସହିତ ପରିବେଶକୁ ବାୟୁ ଓ ଜଳ ପ୍ରଦୂଷଣ ମୁକ୍ତ କରାଯାଇ ପାରୁଛି। ମନୁଷ୍ୟ ଜୀବନ ରକ୍ଷାକାରୀ ଔଷଧ ଉଦ୍ୟୋଗ ପାଇଁ ଜୈବ ପ୍ରଯୁକ୍ତି ବିଜ୍ଞାନ ଏକ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ବିଭିନ୍ନ ରୋଗ ନିରୂପଣ, ଚିକିତ୍ସା ଓ ପ୍ରତିରୋଧ କ୍ଷେତ୍ରରେ ସହାୟକ ସାବ୍ୟସ୍ତ ହୋଇଅଛି।
ଭୂତାଣୁ ପ୍ରତିରୋଧକ ଇଣ୍ଟରଫେରନ, ମୋନୋକ୍ଲନାଲ ଆଣ୍ଟିବଡି କିମ୍ବା ଷ୍ଟେମ ସେଲ ଚିକିତ୍ସା ଇତ୍ୟାଦି ଏହି ବିଜ୍ଞାନ ଯୋଗୁ ସମ୍ଭବ ହୋଇଛି। ଟିସୁ କଲଚର ପଦ୍ଧତି ସହାୟତାରେ ଖୁବ୍‌ କମ୍‌ ସମୟରେ ଅସଂଖ୍ୟ ଦୁର୍ମୂଲ୍ୟ ଗଛ ତିଆରି କ୍ଷମତା ‘ମାଇକ୍ରୋପ୍ରୌପାଗେସନ’ ଅବିଶ୍ୱସନୀୟ ହେଲେ ବି ସତ୍ୟ। ପାରମ୍ପରିକ ପ୍ରଜନନ ପ୍ରକ୍ରିୟାରେ ଅସମ୍ଭବ ସଙ୍କର ପ୍ରଜାତି ‘ଜେନେଟିକ ଇଞ୍ଜିନିୟରିଙ୍ଗ’ ଦ୍ୱାରା ଡି.ଏନ.ଏ. କିମ୍ବା ଆର.ଏନ.ଏ.କୁ କଟା ଯୋଡ଼ା କରି ନୂତନ ମନୁଷ୍ୟ ଉପଯୋଗୀ ପ୍ରାଣୀ ସୃଷ୍ଟି କରାଯିବା ସୁଯୋଗ ସୃଷ୍ଟି ହୋଇପାରିଛି। ଏପରି ଆନୁବଂଶିକ ରୂପାନ୍ତରିତ ଜୀବ ତିଆରି ଦ୍ୱାରା ଉନ୍ନତ ହରମୋନ ପ୍ରସ୍ତୁତି ସହିତ ଅଣ୍ଡା, ଦୁଗ୍ଧ ତଥା ମାଂସ ଅଧିକ ଉତ୍ପାଦନ ସମ୍ଭବ ହୋଇଅଛି। ଜୈବ ପ୍ରଯୁକ୍ତିବିଜ୍ଞାନ ପରିବେଶରେ ଥିବା ପ୍ରଦୂଷକ ମାନଙ୍କୁ ଜୈବିକ ଅବକ୍ଷୟ ତଥା ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ଓ ଉପଚାର ଦ୍ୱାରା ସନ୍ତୁଳିତ ରଖିବାରେ ବିଶେଷ ସହାୟକ ହେଉଅଛି। ‘ବାୟୋରିମେଡିଏଶନ’ ଭଳି ପଦ୍ଧତି ମାଧ୍ୟମରେ ଜୈବ ପ୍ରଯୁକ୍ତି ବିଜ୍ଞାନ ପରିବେଶ ପ୍ରଦୂଷଣ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏହାର ନିୟନ୍ତ୍ରଣ ସୁଯୋଗ ଦେଇଥାଏ।
ଏହି ବିଜ୍ଞାନକୁ ଆମ ରାଜ୍ୟର କୋଣ ଅନୁକୋଣରେ ସାର୍ବଜନୀନ କରିବା ଦରକାର। ଓଡ଼ିଶାରେ ଭରପୂର ଥିବା ଖଣିଜ ସମ୍ପଦ, ୪୮୦ କିଲୋମିଟର ଉପକୂଳବର୍ତ୍ତୀ ସାମୁଦ୍ରିକ ଜୈବ ବିବିଧତା, ବିଭିନ୍ନ ବନ୍ୟ ଔଷଧୀୟ ସମ୍ପଦ ଇତ୍ୟାଦି ରହିଛି। ଏ କ୍ଷେତ୍ରରେ ଏଭଳି ବିଜ୍ଞାନର ପ୍ରୟୋଗ କରାଗଲେ ଆମ ରାଜ୍ୟର ଆହୁରି ପ୍ରଗତି ହୋଇପାରିବ।

(ଶେଷ ଭାଗ)
-ଡ. ମାନସ ରଞ୍ଜନ ଶତପଥୀ,
ସହକାରୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଉଦ୍ଭିଦ ବିଜ୍ଞାନ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ: ୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri