ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍‌

ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି । ଲୋକଙ୍କ ମଧ୍ୟରେ ତାଙ୍କର ପପୁଲାରିଟିକୁ ଦେଖି ଏବେ ମେକର୍ସ ତାଙ୍କର ବାୟୋପିକ୍ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ପ୍ରଯୋଜକ ମହାବୀର ଜୈନ ଶୁକ୍ରବାର ଲାଇକା ପ୍ରଡକଶନ ଦ୍ୱାରା କପିଲଙ୍କ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ଟାଇଟଲ ରହିଛି, ‘ଫନକାର’ । ଏହାର ନିର୍ଦ୍ଦେଶନା ‘ଫୁକରେ’ ଫେମ ମ୍ରିଗଦ୍ୱୀପ ସିଂ ଲାମ୍ବା କରିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ କହିଛନ୍ତି କୋଟି କୋଟି ଲୋକଙ୍କ ପସନ୍ଦର କମେଡିଆନ୍ କପିଲ ଶର୍ମାଙ୍କ ଜୀବନିର ଅନଟୋଲ୍ଡ ଷ୍ଟୋରିକୁ ବଡ ପରଦାରେ ଦେଖାଇବାକୁ ଆମେ ପ୍ରୟାସ କରିବୁ । ପଞ୍ଜାବର ଅମୃତସରରେ ଜନ୍ମ ନେଇଥିବା କପିଲଙ୍କର ରହିଛି ଲମ୍ବା ଲାଇଫ୍ ଜର୍ଣ୍ଣି । କପିଲ ପ୍ରଥମେ ‘ ଦ ଗ୍ରେଟ ଇଣ୍ଡିଆନ୍ ଲାପ୍ଟର ଚ୍ୟାଲେଞ୍ଜ’ ଜିତିବା ପରେ ‘କମେଡି ସର୍କସ’ରେ ନଜର ଆସିଥିଲେ । ଏହାପରେ ସେ ତାଙ୍କର ଏକ ନିଜସ୍ୱ ଶୋ’ ‘ଦ କପିଲ ଶର୍ମା ଶୋ’ ଆରମ୍ଭ କରଥିଲେ । ଯାହା ଆଜି ବେଶ୍ ଲୋକପ୍ରିୟ ହୋଇଛି । ଏହାସହ ବଲିଉଡରେ ବି ଏଣ୍ଟ୍ରି କରିସାରିଛନ୍ତି କପିଲ । କିସ କିସ କୋ ପ୍ୟାର କରୁ ଓ ଫିରଙ୍ଗିରେ କପିଲଙ୍କ ଅଭିନୟ ଦେଖିବାକୁ ମିଳିଛି । ଏବେ ବଡ ପରଦାରେ କପିଲଙ୍କ ବାୟୋପିକ୍ ଦେଖିବାକୁ ଦର୍ଶକେ ନିଶ୍ଚିତ ଭାବେ ଅପେକ୍ଷା ରଖିବେ ।

Share