ପୁଣିଥରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ, ନଜର ଆସିବେ ଏହି ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଟୟଲେଟ ଏକ ପ୍ରେମ କଥା’ର ପ୍ରଡ୍ୟୁସର ପ୍ରେରଣା ଆରୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ଲାନ କରୁଛନ୍ତି। ଲିଡ ରୋଲରେ ସେ ଅମିତାଭ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ, ଡାଇନାମିକ ଓ ଯୋଗ୍ୟ ବ୍ୟକ୍ତିତ୍ୱ ଆଉ କେହି ହୋଇ ନ ପାରନ୍ତି। ପ୍ରେରଣା ନରେନ୍ଦ୍ର ମୋଦିଙ୍କର ସବୁଠାରୁବଡ ଫ୍ୟାନ ଫଲୋଇଙ୍ଗ ମଧ୍ୟରୁ ଅନ୍ୟତମ। ତାଙ୍କୁ ଲାଗୁଛି କି ସେ ତାଙ୍କ ଉପରେ ସାନଦାର ମୁଭି ପ୍ରସ୍ତୁତ କରିପାରିବେ। ଏକ ସାକ୍ଷାତକାରରେ ସେ ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପୂର୍ବରୁ ଏକ ବାୟୋପିକ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଆଉ ଏକ ବାୟୋପିକର ଖବର ଆସୁଛ। ନିର୍ମାତା ପ୍ରେରଣା ଆରୋରା ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ନରେନ୍ଦ୍ର ମୋଦିଙ୍କ ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି। ତାଙ୍କୁ ପଚରାଯାଇଥିଲା କି ସେ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ କି? ଶତ୍ରୁଘ୍ନ ସିହ୍ନାଜୀ ଯେପରି କହିଛନ୍ତି, ମୋଦିଜୀ ହେଉଛନ୍ତି ଏହି ଦେଶର ପ୍ରକୃତ ଆକ୍ସନ ହିରୋ ବୋଲି ଉତ୍ତର ଦେଇଥିଲେ ପ୍ରେରଣା।
ତାଙ୍କୁ ନରେନ୍ଦ୍ର ମୋଦି ଭୂମିକାରେ କିଏ ଅଭିନୟ କରିବେ ବୋଲି ପଚରାଯିବାରୁ ସେ ଏହାର ଏକ ଭଲ ଉତ୍ତର ଦେଇଥିଲେ। ତେବେ ଅମିତାଭ ବଚ୍ଚନଙ୍କୁ ସେ ଏଥିପାଇଁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହି ସାକ୍ଷାତକାରରେ ସେ ପ୍ରଧାନମନ୍ତ୍ରୀ ଡ୍ରେସିଂ ସେନ୍ସକୁ ବି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୋଷାକ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏହା ଉପରେ ସମସ୍ତଙ୍କ ଭିନ୍ନ ମତ ଥାଇପାରେ ବୋଲି ପ୍ରଜୋଜିକା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଜଣେ ଜନପ୍ରତିନିଧିଙ୍କ ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ ବୋଲି ସେ କହିଛନ୍ତି। ସେ କୁହନ୍ତି, ଯେତେବେଳେ ଆପଣ ଜଣେ ଜନସାଧାରଣଙ୍କୁ ମୂଲ୍ୟାଙ୍କନ କରୁଛନ୍ତି, ସେତେବେଳେ ଆପଣ ସେମାନଙ୍କର କାର୍ଯ୍ୟ, ନୀତି ଏବଂ ସମାଜ ଉପରେ ଏହାର ପ୍ରଭାବ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ପ୍ରଡ୍ୟୁସର ପ୍ରେରଣା ଆରୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri