୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…

ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ ବାୟୋଗ୍ୟାସ ଆସୋସିଏଶନ (ଆଇବିଏ) କହିଛି ଏହା ଆସନ୍ତା ତିନି ବର୍ଷ ମଧ୍ୟରେ ଜି -୨୦ଦେଶକୁ ୫୦୦ ବିଲିୟନ ଡଲାରର ସୁଯୋଗ ପ୍ରଦାନ କରିପାରିବ। ଆଇବିଏ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଜି -୨୦ ହଉଛି ଏକ ଶକ୍ତିଶାଳୀ ଫୋରମ ଯାହା ଜୈବ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ।

ରିପୋର୍ଟରେ କୁହାଯାଇଛି ଅନ୍ୟ ଶକ୍ତି ଉତ୍ପାଦନ ବିକଳ୍ପ ଏବଂ କଞ୍ଚାମାଲର ସହଜ ଉପଲବ୍ଧତା ତୁଳନାରେ ଆବଶ୍ୟକ ସର୍ବନିମ୍ନ ବିନିଯୋଗକୁ ଦୃଷ୍ଟିରେ ରଖି କେବଳ ବାୟୋଗ୍ୟାସ ୨୦୦ ବିଲିୟନ ଆମେରିକୀୟ ଡଲାରର ସୁଯୋଗ ସୃଷ୍ଟି କରିପାରିବ। ରିପୋର୍ଟରେ ଦର୍ଶାଯାଇଛି ଜୈବ ଇନ୍ଧନ ଶିଳ୍ପକୁ ତ୍ୱରାନୱିତ କରିବାକୁ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଜି-୨୦ ଅଂଶଗ୍ରହଣକାରୀଙ୍କ ପାଇଁ ୧୦୦ ବିଲିୟନ ଆମେରିକୀୟ ଡଲାର କିମ୍ବା ୫ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଆବଶ୍ୟକ ହେବ। ଏହି ବିନିଯୋଗ ବ୍ୟକ୍ତିଗତ ପୁଞ୍ଜି ବିନିଯୋଗ ଏବଂ ଜୈବ ଇନ୍ଧନ ଉତ୍ପାଦନ ଉପରେ ବିଶେଷ ଭାବରେ ବାୟୋଗ୍ୟାସ ଉପରେ ବହୁଗୁଣିତ ପ୍ରଭାବ ପକାଇବ।

ପାରମ୍ପାରିକ ଇନ୍ଧନର ବୃଦ୍ଧି ଏବଂ ଏହା ଦ୍ୱାରା ହେଉଥିବା ପ୍ରଦୂଷଣକୁ ଏଡାଇବା ପାଇଁ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିଥାଏ।
ଆଖୁ, ଚିନି ବିଟ, ସୋରିମ, ମକା ଇତ୍ୟାଦି କୃଷି ଅବଶିଷ୍ଟାଂଶରୁ ଅଣ-ପାରମ୍ପାରିକ ଇନ୍ଧନ କୃଷକଙ୍କ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ ।

ଆଇବିଏ କହିଛି ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରି ଜି -୨୦ ଦେଶର ସାମଗ୍ରିକ ଆମଦାନୀ ବିଲ ଆସନ୍ତା ତିନି ବର୍ଷ ମଧ୍ୟରେ କୋଟି କୋଟି ଆମେରିକୀୟ ଡଲାର ହ୍ରାସ କରିପାରେ, ଯାହା ମଧ୍ୟ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ସହଜ କରିବ। ରିପୋର୍ଟ ଅନୁଯାୟୀ, ଶକ୍ତି ସୁରକ୍ଷା ବୃଦ୍ଧି ସହିତ ପ୍ରତ୍ୟେକ ଦେଶ ପାଇଁ ଚାକିରି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଉନ୍ନତ ବାୟୁ ଗୁଣବତ୍ତା ଏବଂ ଉନ୍ନତ ପରିବେଶ ହେତୁ ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri