Categories: ଖେଳ

ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାହାର, ଆଣ୍ଠୁରେ ଆଘାତ ଯୋଗୁ ନେଲେ ନିଷ୍ପତ୍ତି, ଅମିତ ପଙ୍ଘାଲ ସାମିଲ ହେବା ଆଶା…

ନୂଆଦିଲ୍ଲୀ,୧୫।୮ : ଏସିଆନ ଗେମ୍ସ ପୂର୍ବରୁ ଭାରତ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ହରିୟାଣା ରେସଲର ବିନେଶ ଫୋଗାଟ ଏସୀୟ ଖେଳରୁ ବାହାରି ଯାଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିନେଶ କହିଛନ୍ତି ଅଗଷ୍ଟ ୧୩ ରେ ଟ୍ରେନିଂ ସମୟରେ ସେ ଆହତ ହୋଇଥିଲେ।

ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ କହିଛନ୍ତି। ବିନେଶଙ୍କୁ ଟୁର୍ନାମେଣ୍ଟରୁ ବାଦ ଦିଆଯିବା ପରେ ଅମିତ ପାଙ୍ଗଲଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି।

ମଙ୍ଗଳବାର ବିନେଶ ଫୋଗାଟ ସୂଚନା ଦେଇଛନ୍ତି ଆଣ୍ଠୁରେ ଆଘାତ ଯୋଗୁ ସେ ଝାଙ୍ଗଝୁରେ ଆୟୋଜିତ ହେବାକୁ ଥିବା ଏସୀୟ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ।

ବଜରଙ୍ଗ ପୁନିଆଙ୍କ ସହିତ ବିନା ପରୀକ୍ଷଣରେ ଏସିଆନ ଗେମ୍ସ ପାଇଁ ବିନେଶ ଫୋଗେଟଙ୍କୁ ଚୟନ କରାଯାଇଥିଲା। ତାଙ୍କ ଚୟନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଅନେକ କୁସ୍ତିଯୋଦ୍ଧା ମଧ୍ୟ ଏହା ବିରୋଧରେ କୋର୍ଟକୁ ଯାଇଥିଲେ। କିନ୍ତୁ କୋର୍ଟ ତାଙ୍କ ଚୟନକୁ ବନ୍ଦ କରି ନଥିଲେ। ଆଣ୍ଠୁରେ ଆଘାତ ଲାଗିଥିବାରୁ ବିନେଶ ବର୍ତ୍ତମାନ ନିଜକୁ ଟୁର୍ନାମେଣ୍ଟରୁ ବାହାର କରି ନେଇଛନ୍ତି।

Share