Posted inଖେଳ

ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ

ନୂଆଦିଲ୍ଲୀ, ୨୩ା: ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଭାରତୀୟ ଶୁଟିଂ କିମ୍ବଦନ୍ତୀ ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ ସମ୍ମାନିତ କରିବ। ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର ଦିନେ ପୂର୍ବରୁ ଅଗଷ୍ଟ ୧୦ରେ ପ୍ୟାରିସରେ ୧୪୨ତମ ଆଇଓସି ଅଧିବେଶନ ବେଳେ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଆଇଓସି ସଭାପତି ଏ ସମ୍ପର୍କିତ ଏକ ଚିଠି ଜୁଲାଇ ୨୦ରେ ବିଦ୍ରାଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ଏହି ପୁରସ୍କାର ପାଇଁ ଅଲିମ୍ପିକ ଅର୍ଡର୍ସ କାଉନ୍‌ସିଲ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ ଦେଇଥାଏ। କାର୍ଯ୍ୟନିର୍ବାହୀ ବୋର୍ଡ ବିଜେତା ସ୍ଥିର କରିଥାଏ। ଅଲିମ୍ପିକ ଅର୍ଡର ପରସ୍କାର ପାଇଁ ବିନ୍ଦ୍ରାଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଅଭିନନ୍ଦନ ଜଣାଇଛନ୍ତି। ବିନ୍ଦ୍ରାଙ୍କୁ ବର୍ତ୍ତମାନ ୪୧ ବର୍ଷ ବୟସ। ସେ ହେଉଛନ୍ତି ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା। ୨୦୦୮ ବେଜିଂ ଗେମ୍ସରେ ସେ ଏହି ପଦକ ହାସଲ କରିଥିଲେ। ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ବିନ୍ଦ୍ରା ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆଥଲେଟିକ୍‌ କମିଟିର ସଦସ୍ୟ ଥିଲେ। ୨୦୧୮ରୁ ସେ ଆଇଓସି ଆଥଲେଟ କମିଶନର ସଦସ୍ୟ ରହିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri