Posted inଜାତୀୟ

ବିଲ୍‌କିସ୍‌ ବଳାତ୍କାରୀ ଫେରାର

ଅହମଦାବାଦ,୧୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ। ସେମାନଙ୍କ ସମ୍ପର୍କରେ ଗୁଜରାଟର ଦାହୋଡ୍‌ ଥାନାକୁ କୌଣସି ସୂଚନା ମିଳି ନ ଥିବା ସ୍ଥାନୀୟ ଏସ୍‌ପି ବଳରାମ ମୀନା କହିଛନ୍ତି। ଶାନ୍ତିରକ୍ଷା ଲାଗି ଅପରାଧୀମାନେ ରହୁଥିବା ସିଙ୍ଗଭାଦ ତାଲୁକାରେ ସୋମବାରଠାରୁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅପରାଧୀ ଗୋବିନ୍ଦ ନାଇଙ୍କ ବାପା ଚତୁର୍ଭାଇ ରାଭାଲ(୮୭) କୋର୍ଟ ରାୟକୁ କଂଗ୍ରେସର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସପ୍ତାହେ ପୂର୍ବରୁ ଗୋବିନ୍ଦ ଘର ଛାଡ଼ିଦେଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟତମ ଅପରାଧୀ ରାଧେଶ୍ୟାମ ଶାହ ୧୫ ମାସ ହେଲା ଘରେ ନାହାନ୍ତି। ସେ କେଉଁଠି ଅଛନ୍ତି, ଜଣା ନ ଥିବା ତାଙ୍କ ବାପା କହିଛନ୍ତି। ତେବେ ଗତ ରବିବାର ପର୍ଯ୍ୟନ୍ତ ରାଧେଶ୍ୟାମଙ୍କ ସମେତ ପ୍ରାୟ ସମସ୍ତ ଦୋଷୀ ଦେଖିବାକୁ ମିଳୁଥିଲେ ବୋଲି ସ୍ଥାନୀୟ ଦୋକାନୀ ଓ ପଡୋଶୀ ସୂଚନା ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ସେମାନେ ଘରେ ତାଲା ପକାଇ କୁଆଡେ ପଳାଇଛନ୍ତି।
୨୦୦୨ ଗୋଧ୍ରା ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ବିଲ୍‌କିସ୍‌ ରାନ୍ଧିକପୁରାରେ ରହୁଥିବାବେଳେ ଅପରାଧୀମାନେ ସେହି ଗାଁ ଓ ପଡୋଶୀ ସିଙ୍ଗଭାଦର ବାସିନ୍ଦା। ୨୦୦୮ ଜାନୁୟାରୀ ୨୧ରେ ସିବିଆଇ ସ୍ବତନ୍ତ୍ର ଅଦାଲତ ସେମାନଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ଗୁଜରାଟ ସରକାର ସେମାନଙ୍କ କ୍ଷମା ଆବେଦନକୁ ମଞ୍ଜୁର କରି ଗତବର୍ଷ ଅଗଷ୍ଟ ୧୫ରେ ସମସ୍ତଙ୍କୁ ଜେଲରୁ ମୁକ୍ତ କରିଦେଇଥିଲେ। ଜଘନ୍ୟ ଅପରାଧ ମାମଲାରେ ଜେଲଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ ଅବଧି ପୂର୍ବରୁ ମୁକ୍ତ କରିଦେବା ଘଟଣାକୁ ସେତେବେଳେ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଏହା ନ୍ୟାୟର ଦୁରୁପଯୋଗ ବୋଲି କହି ସାମାଜିକ କର୍ମୀ, ଆଇନଜୀବୀ ଓ ସିଭିଲ୍‌ ସୋସାଇଟି ସମାଲୋଚନା କରିଥିଲେ। ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ଅପରାଧୀମାନଙ୍କୁ ମୁକ୍ତ କରିବା କ୍ଷମତା ଗୁଜରାଟ ସରକାରଙ୍କର ନାହିଁ ବୋଲି ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ସୋମବାର କହିଥିଲେ। କୋର୍ଟଙ୍କ ରାୟ ଆଳରେ ଅସାଧୁ ଉପାୟ ଅବଲମ୍ବନ କରାଯାଇ ଅପରାଧୀଙ୍କୁ ମୁକ୍ତ କରାଯାଇଥିବା ଦର୍ଶାଇ ଖଣ୍ଡୀପୀଠ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri