Categories: ଜାତୀୟ

ବିଲକିସ ବାନୋ ମାମଲା: ଗୁଜରାଟ-କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ ନାହିଁ…

ନୂଆଦିଲ୍ଲୀ,୨।୫ : ୨୦୦୨ ଗୁଜରାଟ ଦଙ୍ଗାର ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଗୁଜରାଟ ଏବଂ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବେ ନାହିଁ। ଏହା ମଧ୍ୟ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ବିଶେଷ ଅଧିକାର ଦାବି କରୁନାହୁଁ।

ଦୋଷୀଙ୍କୁ ମୁକ୍ତ କରିବା ସହ ଜଡ଼ିତ ସମସ୍ତ ତଥ୍ୟ ସରକାର ଦେବାକୁ ପ୍ରସ୍ତୁତ ଅଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି।

Share