Categories: ବାଣିଜ୍ୟ

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଜେଜେବାପା ହୋଇଛନ୍ତି ମୁକେଶ ଅମ୍ବାନୀ। ଏସିଆର ଏହି ସବୁଠାରୁ ଧନୀ ବ୍ୟକ୍ତିଙ୍କ ପରିବାରକୁ ଆସିଛି ନୂଆ ଅତିଥି। ମୁକେଶଙ୍କ ପୁଅ ଆକାଶ ବାପା ହୋଇଛନ୍ତି। ସ୍ତ୍ରୀ ଶ୍ଳୋକା ଗୁରୁବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଅମ୍ବାନୀ ପରିବାର ତରଫରୁ ଏକ ବିବୃତ୍ତିରେ କୁହାଯାଇଛି।

୬୩ ବର୍ଷୀୟ ମୁକେଶଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ଆକାଶ ହେଉଛନ୍ତି ବଡ଼। ୨୦୧୯ ମାର୍ଚ୍ଚରେ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଳୋକାଙ୍କ ହାତ ଧରିଥିଲେ ସେ। ଏବେ ତାଙ୍କ ପୁଅ ହୋଇଥିବାରୁ ପରିବାରଲୋକେ ବହୁତ ଖୁସି ଅଛନ୍ତି। ଉଭୟ ମେହେଟ୍ଟା ଓ ଅମ୍ବାନୀ ପରିବାର ପାଇଁ ନାତି ଅପାର ଆନନ୍ଦ ଆଣିଛନ୍ତି ବୋଲି କୁହାଯାଇଛି।

Share