ଭେଣ୍ଡରଙ୍କ ଜାଲ୍‌ ରସିଦରେ ବିଲ୍‌

କୋରେଇ,୨୬।୩(ଡି.ଏନ.ଏ.):କୋରେଇ ବ୍ଲକ ଅଧୀନରେ ଦୁର୍ନୀତି ବଢ଼ି ଚାଲିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ବରୁ ଜାଲ୍‌ ମଷ୍ଟରରୋଲ ଏବଂ ଜବ୍‌ କାର୍ଡ କରି ଚର୍ଚ୍ଚାରେ ରହୁଥିବା ଅଧିକାରୀଙ୍କ ନାମରେ ଏବେ ଜାଲ୍‌ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ମ୍ୟାଟେରିଆଲ ବିଲ୍‌ କରି ଟିକସ ଫାଙ୍କି ଅଭିଯୋଗ ହୋଇଛି। ମାତ୍ର ଯେତେ ଅଭିଯୋଗ ହେଲେ ମଧ୍ୟ ଦ୍ରବ୍ୟ ଓ ସେବା କର ବିଭାଗ (ଜିଏସ୍‌ଟି ) କିମ୍ବା ଦୁର୍ନୀତି ନିବାରଣ ବିଭାଗ( ଭିଜିଲାନ୍ସ) ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଉଭୟ ବିଭାଗର କାର୍ଯ୍ୟଶୈଳୀ ଓ ସ୍ବଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ସହିତ ଭିତ୍ତିରି ବୁଝାମଣା ଥିବା ସନ୍ଦେହ ଘନୀଭୂତ ହେଉଛି।
ବ୍ଲକ ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ବିଲ୍‌ ଭେଣ୍ଡରଙ୍କ ମାଧ୍ୟମରେ ହେବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ନିର୍ଦ୍ଦେଶର ଅପବ୍ୟବହାର କରି କେତେଜଣ ଦୁର୍ନୀତିଖୋର ଅଧିକାରୀ ଭେଣ୍ଡରଙ୍କ ଜାଲ ରସିଦରେ ବିଲ୍‌ କରି ଆବଣ୍ଟିତ ଅର୍ଥରାଶି ହରିଲୁଟ କରୁଛନ୍ତି। ଜିଏସ୍‌ଟି ରୁଲ୍ସ ନଂ.୪୬ର ସେକ୍ସନ ୩୧ ଅନୁସାରେ ବିକ୍ରୟ ରସିଦ ପ୍ରସ୍ତୁତ କରିବା କଥା। କିନ୍ତୁ ବ୍ଲକରେ ଭେଣ୍ଡର ଦେଉଥିବା ସାମଗ୍ରୀ କ୍ରୟ ଓ ବିକ୍ରୟ ରସିଦରେ ଏହି ନିୟମ ପାଳନ କରାଯାଉନାହିଁ। ବିକ୍ରୟ ରସିଦରେ ସାମଗ୍ରୀ ବିକ୍ରୟର ଗନ୍ତବ୍ୟସ୍ଥଳୀ ଲେଖାଯିବା କଥା। କିନ୍ତୁ ଏହା ଲେଖା ଯାଉନାହିଁ। ସେହିପରି କ୍ରୟ କରୁଥିବା ସଂସ୍ଥାର ଜିଏସ୍‌ଟି ନମ୍ବର ରହୁନାହିଁ। କେଉଁ ତାରିଖରେ ସାମ ଗ୍ରୀ ବିକ୍ରି କରାଯାଉଛି ରସିଦରେ ତା’ର କୌଣସି ଲିପିବଦ୍ଧ ନାହିଁ। କୌଣସି ସାମଗ୍ରୀରେ ହର୍ମୋନାଇଜ୍‌ଡ ସିଷ୍ଟମ ଅଫ୍‌ ନୋମେନକ୍ଲେଚର (ଏଚ୍‌ଏସ୍‌ଏନ୍‌ କୋଡ୍‌) ରହୁନାହିଁ। ରସିଦରେ କେନ୍ଦ୍ରୀୟ ବିକ୍ରୟ ଟିକସ ଓ ରାଜ୍ୟ ବିକ୍ରୟ ଟିକସ ଲେଖାଯାଉନାହିଁ। ଏହି ବିକ୍ରୟ ରସିଦରେ ବିକ୍ରି କରାଯାଇଥିବା ସାମଗ୍ରୀଗୁଡିକଉପରେ କେତେ ଶତକଡ଼ା ଟିକସ ଦିଆଯାଉଛି ତାହା ମଧ୍ୟ ଉଲ୍ଲେଖ ରହୁନାହିଁ। ଏହିଭଳି ଭାବରେ ବ୍ଲକରେ ଜାଲ୍‌ ରସିଦ ଦେଇ ଏକାଧିକ ଭେଣ୍ଡର ବିପୁଳ ଟଙ୍କାର ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଛି।
ବାସ୍ତବରେ ଅଫିସରମାନଙ୍କ ନାମରେ ଓ୍ବାର୍କ ଅର୍ଡର ରହୁଥିବା ବେଳେ ସ୍ଥାନୀୟ ଠିକାଦାର ସବୁ କାର୍ଯ୍ୟ କରିବା ସହ ଆବଶ୍ୟକ ମ୍ୟାଟେରିଆଲ ବାହାରୁ କ୍ରୟ କରୁଛନ୍ତି। ଲେବର ପେମେଣ୍ଟ ଓ ସାମଗ୍ରୀ କ୍ରୟର ଅର୍ଥରାଶି ଭେଣ୍ଡରଙ୍କ ରସିଦ ମାଧ୍ୟମରେ ପୈଠ ହେଉଥିବା କାରଣରୁ ଅଧିକାରୀ ଓ ଭେଣ୍ଡର ଚଞ୍ଚକତା କରି ଜାଲ୍‌ ରସିଦ ସାହାଯ୍ୟରେ ବିଲ୍‌ କରୁଛନ୍ତି। ଫଳରେ ସରକାରଙ୍କୁ ଯେଉଁ ଆକାରରେ ଟିକସ ମିଳିବା କଥା ତାହା ମିଳୁନାହିଁ। ଅଧିକାରୀ ଓ ଭେଣ୍ଡର ମିଳିମିଶି ସରକାରଙ୍କ ରାଜସ୍ବରୁ ଅନୁଦାନ ଆତ୍ମସାତ କରୁଛନ୍ତି। ଏ ସମ୍ପର୍କରେ ଉପବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ପୁଷ୍କର ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି, ୨ଜଣ ଭେଣ୍ଡରଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେମାନେ ହାଜର ହୋଇନାହାନ୍ତି। ଆଗାମୀ ଦିନରେ ସେମାନଙ୍କୁ ସମନ କରାଯିବ। ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ଜାଲ୍‌ ରସିଦ ସମ୍ପର୍କରେ କିଛି ତଥ୍ୟ ନାହିଁ କି ଏହି ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri