ମୋଦିଙ୍କୁ ପ୍ରଶଂସା କଲେ ଗେଟସ୍‌

ନୂଆଦିଲ୍ଲୀ,୫ ।୧: କରୋନା ଭାଇରସର ୨ଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ପରେ ସବୁଠି ଭାରତର ଶୀର୍ଘ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଇତିମଧ୍ୟରେ ମାଇକ୍ରୋସପ୍ଟର କୋ ଫାଉଣ୍ଡର ବିଲ୍ ଗେଟସ୍ ବି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେଉଁ ସମୟରେ ସାରା ବିଶ୍ୱ କରୋନା ଭାଇରସଠାରୁ ମୁକ୍ତି ପାଇବାକୁ ପ୍ରୟାସ ଜାରି ରଖିଛନ୍ତି ସେ ସମୟରେ ସାଇଣ୍ଟିଫିକ୍ ଇନୋଭେଶନ ଓ ଭ୍ୟାକ୍ସିନ ଉତ୍ପାଦନ କ୍ଷମତାରେ ଭାରତର ନେତୃତ୍ୱକୁ ଦେଖି ଖୁସି ଲାଗୁଛି । ସୂଚନାଯୋଗ୍ୟ, କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ଗେଟସ୍ ପୂର୍ବରୁ ମଧ୍ୟ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଏହାସହ ନୂଆ ଷ୍ଟ୍ରେନ୍‌ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ଶୀଘ୍ର କାମ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Share