ବିଲ୍ ଗେଟ୍ସ-ମିଲିଣ୍ଡା ଗେଟ୍ସ ଅଲଗା ହେଲେ

ୱାଶିଂଟନ, ୪ ।୫: ମାଇକ୍ରୋସଫ୍ଟ କର୍ପୋରେଶନର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍ସ ଙ୍କ ଦୀର୍ଘ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ଶେଷରେ ଭଟ୍ଟା ଆସିଛି। ଉଭୟ ପରସ୍ପରଠାରୁ ଅଲଗା ହେବା ସମ୍ପର୍କରେ ଘୋଷଣା କରିଛନ୍ତିି। ଉଭୟ ଟୁଇଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ବିଲ୍ ଏବଂ ମିଲିଣ୍ଡା ଉଭୟଙ୍କୁ ୧୯୮୦ରେ ପରସ୍ପରକୁ ପ୍ରଥମେ ମାଇକ୍ରୋସଫ୍ଟରେ ଭେଟି ଥିଲେ। ମିଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ଯୋଗଦେଇଥିଲେ। ଏହାପରେ ସାକ୍ଷାତ୍ ରୁ ଚିହ୍ନା ପରିଚୟ ପରେ ପ୍ରେମ ଏବଂ ଦୁହେଁ ୧୯୯୪ରେ ବିବାହ କରିଥିଲେ। ସେମାନେ ମିଳିତ ଭାବେ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ପରିଚାଳିତ କରୁଛନ୍ତି। ସେମାନଙ୍କର ତିନି ଜଣ ସନ୍ତାନ ଅଛନ୍ତି। ଉଭୟ ମିଳିତ ଭାବେ କାର୍ଯ୍ୟ କରିବେ କିନ୍ତୁ ଦାମ୍ପତ୍ୟ ଜୀବନ ଆଗକୁ ବଢ଼ାଇ ପାରିବେ ନାହିଁ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି। ବିଲ୍ ଙ୍କୁ ଏବେ ୬୫ ବର୍ଷ ହୋଇଥିବାବେଳେ ମିଲିଣ୍ଡାଙ୍କୁ ୫୬ ବର୍ଷ।

Share