ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ

ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି କ୍ୟାଫେକୁ ଯାଇ କଫି ପିଇଥିଲେ ।
ପରେ ବଜାର ଭିତରକୁ ଯାଇ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ । କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ବୁଝିବା ସହିତ ରାଜ୍ୟର କେଉଁ ଅଞ୍ଚଳରୁ କାଜୁ ଆସୁଛି ଓ କାଜୁର ମାନ ବିଷୟରେ ପଚାରି ବୁଝିଥିଲେ ।