Posted inଖେଳ

୧୫ ବର୍ଷ ଧରି ରାସ୍ତାକଡ଼ରେ ପଡ଼ିରହିଥିଲେ ଏହି ଅନ୍ତରାଷ୍ଟ୍ରୀୟ କ୍ରିକେଟର; ଶେଷସମୟ ଥିଲା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୨୨।୧: ଆଜିର ସମୟରେ ଜଣେ ଖେଳାଳି କ୍ରିକେଟରେ ବହୁତ ଟଙ୍କା ରୋଜଗାର କରିପାରିବେ। ଯଦି ଖେଳାଳି ଅନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି ତେବେ ଟଙ୍କାର ଅଭାବ ରହି ନ ଥାଏ। ଦେଶ ପାଇଁ ଖେଳିବାର ମଉକା ନ ମିଳିଲେ ହେଁ ଆଇପିଏଲ୍‌ ଭଳି ଅନେକ କ୍ରିକେଟ୍‌ ଲିଗ୍‌ରେ ଖେଳି ନିଜକୁ ପ୍ରମାଣିତ କରିପାରୁଛନ୍ତି ଖେଳାଳି। କିନ୍ତୁ ଏକ ସମୟରେ ଏଭଳି ସ୍ଥିତି ନ ଥିଲା। ଫଳରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ସତ୍ତ୍ୱେ ଜଣେ ଖେଳାଳିଙ୍କ ଶେଷ ଜୀବନ ଅତ୍ୟନ୍ତ ଖରାପ ଥିଲା। ଏଠାରେ ଆମେ ଇଂଲଣ୍ଡର ପୂର୍ବତନ କ୍ରିକେଟର ବିଲ୍‌ ବ୍ରୋକଓ୍ବେଲ୍‌ଙ୍କ ବିଷୟରେ କହୁଛୁ।

୧୮୬୫ ଜାନୁୟାରୀ ୨୧ରେ ଇଂଲଣ୍ଡରେ ଜନ୍ମିତ ବିଲ ଦ୍ରୁତ ବୋଲର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଥିଲେ। ୧୮୯୭ପରେ ସେ କ୍ରିକେଟ ଖେଳି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଘରୋଇ କ୍ରିକେଟରେ ଏକ ସିଜନ୍‌ରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ପାଲଟିଥିଲେ ସେ। ଏଥିରେ  ସେ ୧୪୯୧ ରନ୍‌ କରିଥିଲେ। ସେଥିରେ ୫ ଶତକ ଥିଲା। ଏହାଛଡ଼ା ଉଇକେଟ ମଧ୍ୟ ନେଇଥିବାରୁ ଉକ୍ତ ବର୍ଷ ତାଙ୍କୁ ‘ଓ୍ବିସ୍‌ଡେନ୍‌ କ୍ରିକେଟର ଅଫ୍‌ ଦ ଇଅର’ ଭାବେ ନିର୍ବାଚିତ କରାଯାଇଥିଲା। ଇଂଲଣ୍ଡ ପାଇଁ ସେ ୭ ଟେଷ୍ଟ ମ୍ୟାଚ୍‌ ଖେଳି ୨୦୨ ରନ୍‌ ଓ ୫ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୨୮୫ ରନ୍‌ ସ୍କୋର କରିବା ସହ ୫୫୩ଟି ଉଇକେଟ ମଧ୍ୟ ସେ ନେଇଥିଲେ।

ଉଲ୍ଲେଖନୀୟ କ୍ରିକେଟ କ୍ୟାରିୟର ସତ୍ତ୍ୱେ ବିଲ୍‌ଙ୍କ ଶେଷଜୀବନ ଯନ୍ତ୍ରଣାଦାୟକ ଥିଲା। ଜୀବନର ଅନ୍ତିମ ୧୫ ବର୍ଷ ଦାରିଦ୍ରରେ ବିତାଇଥିଲେ। ତାଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡିଏ ନ ଥିଲା। ଏଣୁ ସେ ରାସ୍ତାରେ ଦିନ କାଟୁଥିଲେ। ୧୯୩୫ ଜୁଲାଇ ୧ରେ ୭୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri