Categories: ଜାତୀୟ

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲେ ୩ ଅଭିଯୁକ୍ତ, ଆତ୍ମସମର୍ପଣର ଅବଧି ବଢାଇବାକୁ କଲେ ଅପିଲ

ନୂଆଦିଲ୍ଲୀ,୧୮।୧: ବିଲକିସ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତ କୋର୍ଟରେ ଆବେଦନ କରିଛନ୍ତି। ଅଭିଯୁକ୍ତମାନେ ବ୍ୟକ୍ତିଗତ କାରଣ ଦର୍ଶାଇ କିଛି ସମୟ ଛୁଟି ମାଗିଛନ୍ତି।

ଗୁଜୁରାଟର ଚର୍ଚ୍ଚିତ ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ୮ ଜାନୁଆରୀ ୨୦୨୪ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜଷ୍ଟିସ ବି.ଭି ନାଗରତ୍ନାଙ୍କ ବେଞ୍ଚ ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। କେବଳ ଏତିକି ନୁହେଁ, ଏସସି ଏହାର ନିଷ୍ପତ୍ତିରେ ଦୋଷୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ।

୧୧ ଜଣ ଦୋଷୀଙ୍କ ମଧ୍ୟରୁ ତିନିଜଣ ଆତ୍ମସମର୍ପଣ ଅବଧି ବୃଦ୍ଧି କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗୋବିନ୍ଦ ନାଏ ୪ ସପ୍ତାହ ବୃଦ୍ଧି କରିବାକୁ ଚାହୁଁଥିବାବେଳେ ମିତେଶ ଭଟ୍ଟ ଏବଂ ରମେଶ ଚାନ୍ଦନା ୬ ସପ୍ତାହ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହି ଅପରାଧୀମାନେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

Share