ଆସିପାରନ୍ତି ବିଲାୱଲ

ପୃଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଧାରଣ କରିଥିବା ୫୦ରୁ ଅଧିକ ଦେଶର ଜାତୀୟ ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି। ସେଥିମଧ୍ୟରେ ରୁଷିଆଠାରୁ ଆରମ୍ଭକରି ଆମେରିକା, ବ୍ରିଟେନ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ର ରହିଛନ୍ତି। ଇତିମଧ୍ୟରେ ପାକିସ୍ତାନର ୩୩୬ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିର ୨୬୬ ଆସନ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନ ଶେଷ ହୋଇଛି। ସଦ୍ୟ ଘୋଷଣା କ୍ରମେ କୌଣସି ରାଜନୈତିକ ଦଳକୁ ସେଠାରେ ସଂଖ୍ୟାଗରିଷ୍ଠତା ମିଳିନାହିଁ। ସେଥିପାଇଁ ଦେଶରେ କ୍ଷମତାଶାଳୀ କୁହାଯାଉଥିବା ସେନା ମିଳିତ ସରକାର ଗଢ଼ିବା ପାଇଁ ଆହ୍ବାନ ଦେଇଛି।
ଆଲୋଚନା ହେଉଛି, ସେନା ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ କରି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ଦଳକୁ ବିଜୟ କରିବା ଲାଗି ଯେତେ ଫନ୍ଦିଫିକର କରିଥିଲା ସେସବୁ ଅସଫଳ ହୋଇଛି। ଫଳ ଘୋଷଣାର ପ୍ରାରମ୍ଭିକ ଅବସ୍ଥାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଅନେକ ଆସନରେ ବିଜୟ ହୋଇଥିବା ଘୋଷଣା ହୋଇଥିଲା। ତେଣୁ ନିର୍ବାଚନ କର୍ତ୍ତୃପକ୍ଷ ଫଳାଫଳ ଘୋଷଣା ଉପରେ ସାମୟିକ ବିରତି ନେଇଥିଲେ। ତେବେ ୧୧ ଫେବୃୟାରୀରେ ବିଧିବଦ୍ଧ ଘୋଷଣା ହୋଇଥିବା ତଥ୍ୟ ଅନୁଯାୟୀ ୨୬୬ ଆସନ ମଧ୍ୟରୁ ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ ହୋଇଥିବା ବେଳେ ପିଏମ୍‌ଏଲ୍‌-ଏନ୍‌ ୭୫, ବିଲାଓ୍ବଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୪, ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ (ଏମ୍‌କ୍ୟୁଏମ୍‌) ୧୭ ଆସନ ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପିଟିଆଇରୁ ପ୍ରାର୍ଥୀ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଇମ୍ରାନ୍‌ଙ୍କ ଦଳର ଅନେକ ନେତା ସ୍ବାଧୀନ ଭାବେ ଲଢ଼ିଥିଲେ। ପାକିସ୍ତାନ ନାଗରିକ ସେମାନଙ୍କୁ ଅଧିକ ଭୋଟ ଦେଇଥିବାରୁ ଇମ୍ରାନ୍‌ଙ୍କ ପ୍ରତି ସମର୍ଥନ ବେଶି ରହିଥିବା ପ୍ରତୀୟମାନ ହୋଇଛି। ଅର୍ଥାତ୍‌ ସାମରିକ ଶାସନ ଚାପରେ ନୁହେଁ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସେମାନେ ଅପଣାଇବାକୁ ଚାହିଁଥାଇପାରନ୍ତି। ଏବେ ଶୁଣିବାକୁ ମିଳୁଛି ପିଏମ୍‌ଏଲ-ଏନ୍‌ ଏବଂ ପିପିପି ମିଶି ଅନ୍ୟ ଛୋଟ ଦଳରୁ କିଛି ଆସନ ଆଣି ସରକାର ଗଠନ ପାଇଁ ଉଦ୍ୟମ କରୁଛନ୍ତି। ବହୁ ଜାଗାରେ ବୁଥ୍‌ ରିଗିଂ ହୋଇଥିବା ଏପରିକି ସେନାର କିଛି ସଦସ୍ୟ ବାଲଟ୍‌ ପେପରରେ ଷ୍ଟାମ୍ପ୍‌ ବାଡ଼ଉଥିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନ ଏବେ ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା, ସବୁ ବିଷୟରେ ସେନାର ସମ୍ପୂର୍ଣ୍ଣ ହସ୍ତକ୍ଷେପ ଓ ନିର୍ବାଚନରେ ସ୍ବଚ୍ଛତା ବଜାୟ ନ ରହିବା ଆଦି କାରଣରୁ ସେଠାରେ ଅରାଜକତା ଭଳି ସ୍ଥିତି ଦେଖାଦେଇଛି। ଏଭଳି ସ୍ଥଳେ ବିଲାଓ୍ବଲ କିଙ୍ଗ୍‌ ହୋଇପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ୁଛି। ରାଜନୈତିକ ସମୀକରଣ ଦେଖିଲେ ଇମ୍ରାନ୍‌ ଓ ନଓ୍ବାଜଙ୍କ ଦଳ ଅଧିକ ଆସନ ଅକ୍ତିଆର କରିଥିଲେ ମଧ୍ୟ କେହି ଏକାକୀ ସରକାର ଗଢ଼ିବା ସମ୍ଭବ ନୁହେଁ। ତେଣୁ ଉଭୟଙ୍କୁ ବିଲାଓ୍ବଲ ଭୁଟ୍ଟୋଙ୍କ ସାହାରା ନେବାକୁ ପଡ଼ିବ। ଯଦି ଝୁଲା ସରକାର ହୁଏ, ଦୁଇଟି ବଡ଼ ଦଳ ପରସ୍ପରକୁ କ୍ଷମତାରୁ ଦୂରେଇ ରଖିବାକୁ ଯାଇ ବିଲାଓ୍ବଲଙ୍କୁ ପ୍ରଧାନମନ୍ତ୍ରୀ ଆସନ ଯାଚିପାରନ୍ତି।
ପାକିସ୍ତାନର ୭୬ ବର୍ଷର ଇତିହାସ ଦେଖିଲେ ସେଠାରେ ସେନା ଅନେକ ସମୟରେ କ୍ଷମତାଶାଳୀ ରହିଆସିଛି। ସାମରିକ ବିଦ୍ରୋହ ଜରିଆରେ ଶେଷ ଥର ପାଇଁ ଏହା ୧୯୯୯ରେ ନଓ୍ବାଜ ଶରିଫ୍‌ଙ୍କ ସରକାରକୁ ଗାଦିଚ୍ୟୁତ କରିଦେଇଥିଲା। କିନ୍ତୁ ଚଳିତ ନିର୍ବାଚନକୁ ଦେଖିଲେ ସେନାର ହସ୍ତକ୍ଷେପ ଥିବା ସତ୍ତ୍ୱେ ସାଧାରଣ ନାଗରିକ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଇ ସେମାନଙ୍କ କ୍ରୋଧ ପ୍ରକଟ କରିଥିବା କୁହାଯାଉଛି। ଯେଉଁଭଳି ଭାବେ ଇମ୍ରାନ୍‌ ଖାନ୍‌ଙ୍କୁ ହଇରାଣ କରାଯାଇ ଜେଲରେ ଭର୍ତ୍ତି କରାଯାଇଛି, ତାହାକୁ ପାକିସ୍ତାନ ସମେତ ଅନ୍ତର୍ଜାତୀୟ ଗଣମାଧ୍ୟମ ନିନ୍ଦା କରିଛନ୍ତି। ଏଭଳି ସ୍ଥଳେ ପାକିସ୍ତାନରେ ସେନାର ହସ୍ତକ୍ଷେପ ବନ୍ଦ ହେବ ନାହିଁ, କିଛି ପରିମାଣରେ ହ୍ରାସ ପାଇପାରେ ବୋଲି କୁହାଯାଉଛି। ଦେଶ ଏକ ଅସ୍ବାଭାବିକ ସ୍ଥିତି ଦେଇ ଗତି କରୁଥିବା ବେଳେ ସେନା ରାଜନୈତିକ ଦଳଗୁଡ଼ିକୁ ପରିପକ୍ୱ ଓ ଏକତା ବଜାୟ ରଖିବାକୁ ଆହ୍ବାନ ଦେଇଛି। ଏଥିରୁ ବୁଝିବାକୁ ହେବ ଯେ, ଏବର ସ୍ଥିତି ଦେଖି ସେନା ମଧ୍ୟ ଥକି ଗଲାଣି। ଗଣତନ୍ତ୍ରକୁ ଅନୁସରଣ କରା ନ ଗଲେ ଦେଶରେ ଅରାଜକତା ବଢ଼ିବ। କାରଣ ଲୋକମତକୁ ଚାପି ଦେଲେ ତାହା ଦୀର୍ଘସମୟ ଦବି ରହିପାରିବ ନାହିଁ ବୋଲି ପାକିସ୍ତାନ ସେନା ବୁଝିଥାଇପାରେ। ସେଠାକାର ଅର୍ଥନୀତିକୁ ଦେଖିଲେ ଏକ ମିଳିତ ସରକାର ଗଣତନ୍ତ୍ରକୁ ଫେରାଇ ଆଣିବା ସହିତ ଲୋକଙ୍କ ବିଶ୍ୱାସ ନିଜ ଦେଶ ଉପରେ ଦୃଢ଼ୀଭୂତ କରିପାରେ। ହୁଏତ ସେଭଳି ସକାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରିଲେ ପାକିସ୍ତାନର ଉନ୍ନତି ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri