ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ

ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ସାମୁହିକ ଭାବେ ଆତଙ୍କବାଦର ବିପଦକୁ ଶେଷ କରିବାକୁ କହିଲେ ସତ ହେଲେ ଏହାରି ଭିତରେ ସେ କହିଲେ କି ଆମକୁ କୁଟନୈତିକ ଲାଭ ପାଇଁ ଆତଙ୍କବାଦକୁ ଅସ୍ତ୍ର କରି ଚକ୍କରରେ ପଡିବା ଉଚିତ ନୁହେଁ।

ଏହା ପୂର୍ବରୁ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏସସିଓ ମଞ୍ଚରେ ପ୍ରମୁଖ ପ୍ରସଙ୍ଗ ଭାବେ ଆତଙ୍କବାଦକୁ ଉଠାଇଥିଲେ। ଜୟଶଙ୍କର କହିଥିଲେ, କୌଣସି ବି ପରିସ୍ଥିତିରେ ଆମେ ଆତଙ୍କବାଦକୁ ମୂଲ୍ୟ ଦେଇପାରିବୁ ନାହିଁ। ଆତଙ୍କବାଦକୁ ସବୁ ଦିଗରୁ ଶେଷ କରିବା ଦରକାର। ଆତଙ୍କବାଦକୁ ଫଣ୍ଡିଂ କରିବାକୁ ତୁରନ୍ତ ବନ୍ଦ କରିବାକୁ ପଡିବ। ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଏସସିଓର ସ୍ଥାପନା ସଂକଳ୍ପକୁ ମନେ ପକାଇଲେ ଓ କହିଥିଲେ ଆତଙ୍କବାଦର ଲଢେଇ ଏଥିରେ ପ୍ରମୁଖ ଲଢେଇ ହୋଇଛି।

Share