ଭାଜପାରେ ମିଶିପାରନ୍ତି ବିକ୍ରମ: ଗଞ୍ଜାମ ନୁହେଁ, ସବୁଠି ….

ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ରାଜ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେବେ ବିକ୍ରମ ଭାଜପାରେ ମିଶିବେ ସେନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ ରାଜ୍ୟ ଭାଜପା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସଙ୍ଗଠନ ଶକ୍ତିଶାଳୀ କରିବାପାଇଁ ଉଦ୍ୟମ ଚାଲିଛି। ସମସ୍ତଙ୍କ ପାଇଁ ଭାଜପା ଦ୍ୱାର ଖୋଲା ରହିଛି। କେବଳ ଗଞ୍ଜାମ ନୁହେଁ, ରାଜ୍ୟର ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି।
ରବିବାର ଏକ କାର୍ଯ୍ୟକ୍ରମ ଅବସରରେ ଭାଜପା ସଭାପତି ସାମଲ କହିଛନ୍ତି, ଦଳର ବିଚାରଧାରା ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆକୃଷ୍ଟ ହୋଇ ଲୋକେ ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଏହାସହିତ ରାଜ୍ୟରେ ଏକ ଲୋକାଭିମୁଖୀ ସରକାର ଚାଲିଛି। ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଦଳରେ ଯୋଡ଼ି ହୁଅନ୍ତୁ। ତେବେ କେଉଁ ନେତା ଦଳରେ ମିଶିବେ ସେନେଇ ଦଳ ବିଚାର କରିବ। ଦଳର ନିଷ୍ପତ୍ତିକ୍ରମେ ମିଶ୍ରଣ ହେବ ବୋଲି ମନମୋହନ କହିଛନ୍ତି।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, ଯଦି ବିକ୍ରମ ଆରୁଖ ଦଳରେ ସାମିଲ ହୁଅନ୍ତି, ତେବେ ଗଞ୍ଜାମରେ ଶକ୍ତି ବୃଦ୍ଧି ହେବ। ଏବେ ଗଞ୍ଜାମରେ ଭାଜପା ୧୩ଟି ବିଧାନସଭା ଆସନରୁ ୧୧ଟି ଜିତିଛି, ଆଗାମୀ ନିର୍ବାଚନରେ ୧୩ରୁ ୧୩ ସିଟ୍‌ ଜିତିବୁ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଲୋକଙ୍କ ସରକାର ଚାଲିଛି। ପୂର୍ବ ସରକାରରେ ଲୋକେ ବହୁ ଅତିଷ୍ଠ ହୋଇ ରହିଛନ୍ତି। ସେଥିପାଇଁ ବିଜେଡି ଓ କଂଗ୍ରେସରୁ ବହୁ ନେତା ଓ କର୍ମୀ ଯୋଗଦେଉଛନ୍ତି। ଆଗାମୀ ଦିନରେ ଭାଜପା ଏକ ଶକ୍ତିଶାଳୀ ଦଳ ହେବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ବିଜେଡି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା, ଆଲୋଚନା ହେଉଛି ତାହା ଅମୂଳକ ଏବଂ ଗୁଜବ ମାତ୍ର। ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ବିଜେଡିରେ ଥିଲି, ଅଛି ଏବଂ ରହିବି। ମାତ୍ର ଦଳର କେତେକ ବୈଠକରେ ଯୋଗଦେଇ ନ ଥିବାରୁ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏହାର ସତ୍ୟତା ନାହିଁ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri