ବିକିନି କିଲର୍‌ ମୁକ୍ତ

କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖଲାସ କରି ଫ୍ରାନ୍ସକୁ ପ୍ରତ୍ୟର୍ପଣ କରାଯାଇଛି। ୧୯୭୦ ଦଶକରେ ଏସିଆରେ ବହୁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ୭୮ ବର୍ଷୀୟ ଚାଲର୍‌ସ ନେପାଳୀ ଜେଲରେ ୨୦ ବର୍ଷ ଧରି ଦଣ୍ଡ ଭୋଗିସାରିଛନ୍ତି। ତାଙ୍କୁ ଏକ ବ୍ଲ୍ୟୁ ପୋଲିସ ଗାଡ଼ିରେ ଜେଲରୁ ମୁକ୍ତ କରିବା ପରେ ଅପ୍ରବାସନ ଅଟକକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଚାଲର୍‌ସଙ୍କୁ ସନ୍ଧ୍ୟା ୬ଟାରେ କାତାର ଏୟାରଓ୍ବେଜ୍‌ର ଏକ ବିମାନ ଜରିଆରେ ପ୍ରତ୍ୟର୍ପଣ କରାଯାଇଥିବା କୁହାଯାଇଛି।
ଚାଲର୍‌ସ ଶୋଭରାଜଙ୍କ ବାପା ଜଣେ ଭାରତୀୟ ଓ ମା’ ଭିଏଟ୍‌ନାମ ନାଗରିକ ଥିଲେ। ବିକିନି କିଲର୍‌ ନାମରେ ପରିଚିତ ଏହି ଚାଲାକ ଚତୁର ଅପରାଧୀ ୧୯୭୫ରେ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ନେପାଳକୁ ପ୍ରବେଶ କରିଥିଲେ। ସେଠାରେ ସେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ହତ୍ୟାର ଶିକାର ହୋଇଥିଲେ ଆମେରିକୀୟ କୋନ୍ନିଏ ବୋରୋଞ୍ଜିକ୍‌(୨୯) ଏବଂ ତାଙ୍କ କାନାଡୀୟ ଗର୍ଲଫ୍ରେଣ୍ଡ୍‌ ଲରେଣ୍ଟ କେରି(୨୬)। ୨୦୦୩ ସେପ୍ଟେମ୍ବର ୧ରେ ଚାଲର୍‌ସଙ୍କୁ ନେପାଳର ଏକ କ୍ୟାସିନୋ ବାହାରେ ଦେଖିବାକୁ ମିଳିଥିଲା। ଏକ ଖବରକାଗଜରେ ଚାଲର୍‌ସଙ୍କ ଫଟୋ ପ୍ରକାଶ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିଲା। ୨୦୧୭ରେ ଚାଲର୍‌ସଙ୍କ ହାର୍ଟ ସର୍ଜରି କରାଯାଇଥିଲା। ନେପାଳର ସୁପ୍ରିମକୋର୍ଟ ଚାଲର୍‌ସଙ୍କୁ ମୁକ୍ତ କରିବା ପାଇଁ ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମୁକ୍ତ ହେବାର ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ନେପାଳରେ ଚାଲର୍‌ସଙ୍କ ବିରୋଧରେ ଆଉ କୌଣସି ମାମଲା ବିଚାରାଧୀନ ନାହିଁ। ଏବେ ସେ ଜଣେ ମୁକ୍ତ ମଣିଷ ବୋଲି ଚାଲର୍‌ସଙ୍କ ଓକିଲ ଗୋପାଳ ସିଓ୍ବାକୋଟି ଚିନ୍ତନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri