ବାଇକରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ, ମାଡ଼ିବସିଲା ଅବକାରୀ ବିଭାଗ, ଜେଲ ଗଲେ…

ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ପାନାଗୁଡା ଗ୍ରାମର ରାଜୁ ବୀର। ସେ ଏକ ହିରୋ ସ୍ପ୍ଲେଣ୍ଡର ବାଇକ ନଂ. (ଓଡି୨୦ ବି ୫୫୬୬) ଯୋଗେ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ସୂଚନା ପାଇ ଚିକିଟି ରେଞ୍ଜ ଅବକାରୀ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଅବକାରୀ ଏଏସ୍‌ଆଇ ଏନ୍‌. ତ୍ରିପତି, କନେଷ୍ଟବଳ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ ରାଜେଶ ଉଦ୍ଦିନ, ପୃଥୱୀରାଜ ସ୍ବାଇଁ , ଆଲଫଲତା ସାହୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବାଇକରୁ ୨୪ କେଜି ଗଞ୍ଜେଇ ବାହାରିବା ପରେ ବାଇକ ଏବଂ ଗଞ୍ଜେଇ ସହ ଏକ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିଲା । ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୬୬/୨୫-୨୬ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜିଲା ଜଜ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଚଢ଼ାଉ ସମୟରେ ଏଏସ୍‌ଆଇ ଏନ୍‌. ତ୍ରିପତି, କର୍ମଚାରୀ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ୍‌ ରାଜେଶ ଉଦ୍ଦିଷ୍ଟ, ପୃଥ୍ବୀରାଜ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri