ତହସିଲ ଅଫିସ୍‌ରୁ ବାଇକ୍‌ ନେଇଗଲେ

ବାସୁଦେବପୁର, ୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍‌ ଚୋରି ହୋଇଛି।

ସୂଚନା ଅନୁଯାୟୀ, ବିରସ ଗ୍ରାମର କରୁଣାକର ମହାନ୍ତି ତାଙ୍କ ବାଇକ୍‌ (ଓଡି ୨୨ ସି ୫୮୦୮) ତହସିଲ ଅଫିସ୍‌ ପରିସରରେ ରଖି ଭିତରକୁ ଯାଇଥିଲେ। କିଛି ସମୟ ପରେ ସେ ଆସି ଦେଖିଲା ବେଳକୁ ବାଇକ୍‌ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଖୋଜାଖୋଜି ପରେ ମଧ୍ୟ ସେ ବାଇକ୍‌ ପାଇ ନ ଥିଲେ। ଏନେଇ କରୁଣାକର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।