ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ ହଇରାଣ ହରକତ ହୋଇ ଏସବୁକୁ ସିଫ୍ଟ କରିବାକୁ ପଡିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ଟ୍ରେନରେ ମଧ୍ୟ ଅତି ସହଜରେ ଲଗେଜ କିମ୍ବା ପାର୍ସଲ ଭାବରେ ନିଜ ବ୍ୟକ୍ତିଗତ ବାଇକ୍‌କୁ ଗନ୍ତବ୍ୟ ସ୍ଥଳକୁ ପଠାଇ କିମ୍ବା ଆଣି ପାରିବେ। ଯଦି ଆପଣ ମଧ୍ୟ ଆପଣଙ୍କର ବାଇକ୍‌କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଫ୍ଟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ।

ଯଦି ଆପଣ ଅନ୍ୟ ସହରକୁ ସିଫ୍ଟ ହୋଉଛନ୍ତି ତେବେ ଘରର ଜିନିଷପତ୍ର ସହ ନିଜ ବ୍ୟକ୍ତିଗତ ବାଇକ୍‌କୁ ସିଫ୍ଟ କରିବା କଷ୍ଟ ହୋଇପଡେ। ବାଇକ୍‌କୁ ଘରକୁ ପଠାଇବାକୁ ହେଲେ ଆପଣଙ୍କୁ ବହୁ ହଇରାଣ ହରକତ ହେବାକୁ ପଡିଥାଏ। ତେବେ ଏଥିପାଇଁ କୌଣସି ଟେନଶନ ନ ହୋଇ ସୁବିଧାରେ ଓ ସହଜରେ ବାଇକ୍‌କୁ ଟ୍ରେନରେ ପଠାଇପାରିବେ। ତେବେ ଜାଣି ନିଅନ୍ତୁ ଏଥିପାଇଁ କେତେ ଖର୍ଚ୍ଚ ହେବ ଆଉ ଏହାର ପ୍ରକ୍ରିୟା କ’ଣ।

ଆପଣଙ୍କର ବାଇକ୍‌ କିମ୍ବା ସ୍କୁଟିକୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଥିଲେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ଦୁଇ ଚକିଆ ପଞ୍ଜୀକରଣ ପ୍ରମାଣପତ୍ରର ଫଟୋଗ୍ରାଫି ସହିତ ସବୁ କାଗଜପତ୍ର ନେଇ ପାର୍ସଲ ଅଫିସକୁ ଯିବାକୁ ପଡିବ। ବାଇକ୍‌କୁ ଟ୍ରାନ୍ସପୋର୍ଟ କରିବା ପୂର୍ବରୁ, ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ନିଅନ୍ତୁ। ପାର୍ସଲ ଅଫିସକୁ ନେଉଥିବା ସବୁ ଦସ୍ତାବିଜରେ ବାଇକ୍‌ର ବୀମା ଏବଂ ଆରସି ନେବାକୁ ଭୁଲିବେ ନାହିଁ। ଆପଣଙ୍କୁ ପାର୍ସଲ ଅଫିସରେ ଏକ ଫର୍ମ ଦିଆଯିବ। ଫର୍ମରେ ପାର୍ସଲ କେଉଁଠିକୁ ଯିବ, ଡାକ ଠିକଣା, ଗାଡିର କମ୍ପାନୀ, ପଞ୍ଜୀକରଣ ନମ୍ବର, ଗାଡିର ଓଜନ ଏବଂ ଗାଡିର ମୂଲ୍ୟ ଭଳି ସମସ୍ତ ବିବରଣୀ ମଧ୍ୟ ପୂରଣ କରିବାକୁ ପଡିବ।

ପାର୍ସଲ ଅଫିସରେ ପଞ୍ଜୀକରଣ ପରିବା ପରେ ଏବେ ଆପଣ ନିଜ ବାଇକ୍‌କୁ ଟ୍ରେନ ଦ୍ୱାରା ପଠାଇପାରିବେ। ତେବେ ଏହାପୂର୍ବରୁ ବାଇକ୍‌ର ପେଟ୍ରୋଲ ଟାଙ୍କିକୁ ଭଲଭାବେ ଖାଲି କରନ୍ତୁ। କାର୍ଡବୋର୍ଡରେ କେଉଁ ଷ୍ଟେଶନରୁ ପଠାଇବେ ଏବଂ କେଉଁ ଷ୍ଟେଶନରେ ପଡଞ୍ଚିବ ସ୍ପଷ୍ଟଭାବେ ଲେଖନ୍ତୁ। ତା’ପରେ ଏହାକୁ ନିଜ ବାଇକ୍‌ରେ ଗୁଡାଇ ଦିଅନ୍ତୁ। ଗାଡିକୁ ଭଲ ଭାବରେ ପ୍ୟାକ୍‌ କରିବା ପୂର୍ବରୁ ଏହାର କ୍ଲଚ ଏବଂ ବ୍ରେକ୍‌କୁ ଢିଲା କରି ନିଅନ୍ତୁ। ଯାହାଫଳରେ ତାହା ସୁରକ୍ଷିତ ରହିବର ସହ ପ୍ୟାକ କରିବା ମଧ୍ୟ ସହଜ ହେବ। ପାର୍ସଲ ଫର୍ମ ପୂରଣ କରିବାବେଳେ ଆପଣଙ୍କୁ ବାଇକ୍‌ର ଇଞ୍ଜିନ ନମ୍ବର ଏବଂ ଖାସ ନମ୍ବର ପୂରଣ କରିବାକୁ ପଡିବ। ଯାହାଙ୍କ ନାମରେ ପଠାଇବେ ତାଙ୍କ ନାମ ମଧ୍ୟ ପୂରଣ କରିବା ଆବଶ୍ୟକ। ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଏକ ରସିଦ ଦିଆଯିବ। ଯେତେବେଳେ ଆପଣ ବାଇକ୍‌ ରିସିଭ କରିବେ କିମ୍ବା ପଠାଇବେ ତାହା ଦରକାର ପଡିପାରେ। ଏଥିସହ ରସିଦର ମୂଳ କପି ମଧ୍ୟ ପାଖରେ ରଖିବା ଜରୁରୀ।

ତେବେ ବାଇକ୍‌କୁ ପ୍ୟାକ କରିବାକୁ ଆପଣଙ୍କୁ ମାତ୍ର ୩୦୦ଟଙ୍କା ପଡିବ। ଦୂରତା ଅନୁଯାୟୀ ଏହା ଅଧିକ କିମ୍ବା କମ ହୋଇପାରେ। ବେଳେବେଳେ ଦୂରତା ଅନୁଯାୟୀ ଏହା ହଜାର ଟଙ୍କା ମଧ୍ୟ ପଡିପାରେ। ଏବେ ଆପଣଙ୍କ ବାଇକ୍‌ ଟ୍ରାନ୍ସପୋର୍ଟ ହେବାକୁ ପ୍ରସ୍ତୁତ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

ପିଏମ ମୋଦିଙ୍କ ଜନ୍ମଦିନରେ ରାହୁଲଙ୍କ ଶୁଭେଚ୍ଛା, ବିଜୟ କହିଲେ- ମଜବୁତ ଭାରତ ପାଇଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ବିଭିନ୍ନ ରାଜନୈତିକ ନେତାଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ…

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

ନୂଆଦିଲ୍ଲୀ, ୧୭।୯: ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକାର ସଂସଦରେ ଏ…

ଏସିଆ କପ୍‌ ପରେ ହଠାତ୍‌ ଇସ୍ତଫା ଦେଲେ ଅଧିନାୟକ, ନିଷ୍ପତ୍ତିରେ ବୋର୍ଡ ଚକିତ

ଢାକା: ବାଂଲାଦେଶ ମହିଳା କ୍ରିକେଟ ଦଳରେ ହଠାତ୍‌ ହଲଚଲ ସୃଷ୍ଟି ହୋଇଛି। ଏସିଆ କପ୍‌ ୨୦୨୬ ଶେଷ ହେବା ପରେ ନିଗାର ସୁଲତାନା ଟି-୨୦ ଦଳର ଅଧିନାୟକ…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?