ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବୁଧବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ୪ରୁ ୫ଜଣ ମୁଖା ପିନ୍ଧା ଯୁବକ ଘରେ ପଶିଥିଲେ। ପରେ ସେମାନେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସୁନା ଗହଣା ସହ ନଗଦ ୩୫ ହଜାର ଟଙ୍କା ଏବଂ ଏକ ବାଇକ୍‌ ନେଇ ଫେରାର ହୋଇଯାଇଥିଲେ। ଏନେଇ ଲଛମନ କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କୋକସରା ଥାନାରେ ଏକ ମାମଲା(ନଂ.୯୨/୨୨) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଳିଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କୋକସରା ଥାନା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri