ପରିବା କିଣୁକିଣୁ ନ ଥିଲା ବାଇକ୍‌

ବୈଶିଙ୍ଗା,୪ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟରେ ପୁଣି ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ବୁଧବାର ହାଟରେ ପ୍ରବଳ ଗହଳି ଥିବା ବେଳେ ବାଲେଶ୍ବର ଜିଲା ଗୋବିନ୍ଦପୁର ଗ୍ରାମର ଭାସ୍କର ଭୋଇ ବାଇକ୍‌ ରଖି ଜିନିଷ କିଣୁଥିଲେ। ସେତିକିବେଳେ କେତେକ ଦୁର୍ବୃତ୍ତ ବାଇକ୍‌କୁ ଚୋରି କରି ନେଇଥିଲେ। ଏହା ଜାଣି ଭାସ୍କର ଖୋଜାଖୋଜି କରିଥିଲେ। ହେଲେ ସେ ବାଇକ୍‌ ପାଇ ନ ଥିଲେ। ଏନେଇ ସେ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।