ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍ରୋଡ୍ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍କୁ ଚୋରି କରି ନେଇଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ମୁନା ଘର ସମ୍ମୁଖରେ ତାଙ୍କ ଲାଲ ରଙ୍ଗର ବାଇକ୍ (ନଂ. ଓଡ଼ି୦୭ ଏଏସ -୬୫୧୯)କୁ ରଖି ରୁମ୍ରେ ଶୋଇଥିଲେ। ସନ୍ଧ୍ୟାରେ ତାଙ୍କ ବାଇକ୍ ଘର ସମ୍ମୁଖରେ ନ ଥିବା ଦେଖି ସେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍ର ସନ୍ଧାନ ମିଳି ନ ଥିଲା। ପରେ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲା ପ୍ରକାରେ ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୮୧/୨୬ ବିଏନଏସ୍ର ଦଫା -୩୦୩(୨) ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଏଏସ୍ଆଇ ଦିଲ୍ଲୀପ ଗୋରଡାଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି।