ଦେଶୀ ଓ ବିଦେଶୀ ମଦ ସହ ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ଟାଉନ ଓ ସାବରଙ୍ଗ ଥାନା ଅନ୍ତର୍ଗତ ଆହାରପଦା, କେଶପୁର, ଇଛାପୁର, ଗବସାହି, ଗେଲଟୁଆ ଓ ନୂଆସାହି ଅଞ୍ଚଳରେ ଚଢାଉ ମଙ୍ଗଳବାର ଚଢାଉ ହୋଇଛି। ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି। ଚଢାଉ ବେଳେ ୧୭୫ ଲିଟର ଦେଶୀ ରନ୍ଧା ମଦ, ୧୪.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ହୋଣ୍ଡା ୟୁନିକର୍ନ ମୋଟର ସାଇକେଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ବାରିକଛକ ଗ୍ରାମର ସୁଶାନ୍ତ ସାହୁ, ଆହାରପଦା ଗ୍ରାମର ବୁଦ୍ଧିଆ ବେହେରା, କେଶପୁର ଗ୍ରାମର ରମାକାନ୍ତ ବେହେରା, ଗବସାହି ଗ୍ରାମର ରବି ଜେନା ଓ ନୂଆସାହି ଗ୍ରାମର ନରେନ୍ଦ୍ର ଜେନା l ତେବେ ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।