Categories: ଜାତୀୟ

ମୋଦିଙ୍କ ସୁରକ୍ଷା ପାଇଁ ଲାଗିଥିବା ରଶିରେ ଫସିଲେ ବାଇକ ଆରୋହି, ଯୁବକଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୧୫।୪: କେରଳର କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ଭାବରେ ବନ୍ଧା ହୋଇଥିବା ଦଉଡିରେ ଜଣେ ବାଇକ ଆରୋହୀ ଫସି ଯିବାରୁ ତାଙ୍କର ମତ୍ୟୁ ହୋଇଛି। ସୋମବାର (ଏପ୍ରିଲ ୧୫, ୨୦୨୪)ରେ ପୋଲିସ ଏହି ସୂଚନା ଦେଇଛି।

ରବିବାର ରାତି ପ୍ରାୟ ୧୦ଟା ୩୦ରେ ଘଟିଥିବା ଏହି ଦୁର୍ଘଟଣାରେ ବଡୁଥାଲା ନିବାସୀ ମନୋଜ ଉନିଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଉନିଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନାହିଁ। ଉନିଙ୍କ ପରିବାର କହିଛନ୍ତି ଯେ କୌଣସି ଚେତାବନୀ ବିନା ରାସ୍ତାରେ ଦଉଡି ବନ୍ଧା ହୋଇଥିଲା ଏବଂ ରାତିରେ ଦଉଡି ଦେଖିବା ବହୁତ କଷ୍ଟସାଧ୍ୟ ଥିଲା।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ଭାବରେ ଏକ ଦଉଡି ବନ୍ଧା ହୋଇଛି। ରାତିରେ ଦଉଡି ଦୃଶ୍ୟମାନ ହେବା ପାଇଁ କୌଣସି ଫିତା ବନ୍ଧା ହୋଇନଥିଲା କିମ୍ବା କୌଣସି ଚିହ୍ନ ଲଗାଯାଇ ନଥିଲା।
ସୂଚନାଯୋଗ୍ୟ, କେରଳରେ ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ୨୬ ଲୋକ ସଭା ଆସନ ପାଇଁ ମତଦାନ ୨୬ ଏପ୍ରିଲରେ କେରଳରେ ଅନୁଷ୍ଠିତ ହେବ।

Share